ଘନୀଭୂତ ହେଲା ଲଘୁଚାପ, ୧୦ ଜିଲ୍ଲାରେ ଦୁଇ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଦକ୍ଷିଣ ଓଡିଶା ଓ ଆନ୍ଧ୍ର ଉପକୂଳରେ ଥିବା ଏକ ଘୂର୍ଣ୍ଣିବଳୟ ସହ ଯୋଡି ହୋଇରହିଛି । ତେବେ ଲଘୁଚାପ ଘନିଭୂତ ହୋଇଛି ଏବଂ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରବିବାର ସକାଳ ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ […]

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଦକ୍ଷିଣ ଓଡିଶା ଓ ଆନ୍ଧ୍ର ଉପକୂଳରେ ଥିବା ଏକ ଘୂର୍ଣ୍ଣିବଳୟ ସହ ଯୋଡି ହୋଇରହିଛି । ତେବେ ଲଘୁଚାପ ଘନିଭୂତ ହୋଇଛି ଏବଂ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ରବିବାର ସକାଳ ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟାଗଡା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ବାଲେଶ୍ୱର, ଭଦ୍ରକ୍, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳର ଗୋଟେ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

About The Author: The Sakala