ପ୍ରଚଣ୍ଡ ତାତିରେ ଜଳୁଛି ପଶ୍ଚିମ ଓଡିଶା; ୪୩.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଅସହ୍ୟ ଖରାରେ ଜଳୁଛି ପଶ୍ଚିମ ଓଡିଶା । ଡହଡହ ଖରା ସହ ଝାଞ୍ଜି ମାଡ଼ ସମସ୍ୟାକୁ ଦ୍ବିଗୁଣିତ କରୁଛି। ପ୍ରାୟ ସହରର ପାରଦ ଉପରମୁହାଁ ହୋଇ ରହିଛି। କାଳବୈଶାଖୀ ପ୍ରଭାବରେ ତାତି କମିବ ବୋଲି ଅଶା କରାଯାଉଥିଲେ ହେଁ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ତାତି ୪୦ ଡିଗ୍ରୀ ତଳକୁ ଖସିବା ନାଁ ଧରୁନି। ଆଜି ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୫ ସହରରେ ଦିନର ତାପମାତ୍ରା ୪୨ […]

ଭୁବନେଶ୍ୱର: ଅସହ୍ୟ ଖରାରେ ଜଳୁଛି ପଶ୍ଚିମ ଓଡିଶା । ଡହଡହ ଖରା ସହ ଝାଞ୍ଜି ମାଡ଼ ସମସ୍ୟାକୁ ଦ୍ବିଗୁଣିତ କରୁଛି। ପ୍ରାୟ ସହରର ପାରଦ ଉପରମୁହାଁ ହୋଇ ରହିଛି। କାଳବୈଶାଖୀ ପ୍ରଭାବରେ ତାତି କମିବ ବୋଲି ଅଶା କରାଯାଉଥିଲେ ହେଁ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ତାତି ୪୦ ଡିଗ୍ରୀ ତଳକୁ ଖସିବା ନାଁ ଧରୁନି। ଆଜି ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୫ ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଆଜି ୪୩.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ତେବେ ଗତ କିଛି ଦିନ ଧରି ବୌଦ୍ଧରେ ତାତି ଅଧିକା ରହୁଥିବା ବେଳେ ସୋମବାର ଏଥିରେ ସାମାନ୍ୟ ହ୍ରାସ ପାଇଛି।

ଅନ୍ୟପକ୍ଷରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳରେ ୩୦ରୁ ୪୦ କିମି ପବନ ସହ ହାଲକା ବର୍ଷା ହେବ। ରାଜ୍ୟର ଅନ୍ୟସ୍ଥାନମାନଙ୍କରେ ପାଗ ଶୁଖିଲା ରହିବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

About The Author: The Sakala