ରାଜଧାନୀରେ ଚାଞ୍ଚଲ୍ୟ: ଓୟୁଏଟି କ୍ୟାମ୍ପସ୍‌ରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ବ ବିଶ୍ବବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୁଲିସ । ତେବେ ପ୍ରଫେସରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମୃତ ମହିଳା ପ୍ରଫେସର ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ସୂଚନା ଅନୁସାରେ ଉଭୟ ପତିପତ୍ନୀ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି ଏବଂ ସେମାନେ ବିଶ୍ୱବିଦ୍ୟାଳୟର […]

ଭୁବନେଶ୍ୱର: ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ବ ବିଶ୍ବବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୁଲିସ । ତେବେ ପ୍ରଫେସରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ମୃତ ମହିଳା ପ୍ରଫେସର ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ସୂଚନା ଅନୁସାରେ ଉଭୟ ପତିପତ୍ନୀ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି ଏବଂ ସେମାନେ ବିଶ୍ୱବିଦ୍ୟାଳୟର କ୍ୱାର୍ଟର୍ସରେ ରୁହନ୍ତି ।

ଗତକାଲି ବିଳମ୍ବିତ ରାତିରେ ବେକରେ ଏକ ଲୁଗା ଲଗାଇ ବାସନ୍ତୀ ଫ୍ୟାନରେ ଝୁଲି ପଡି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବାସନ୍ତୀଙ୍କ ମୃତଦେହ ଝୁଲୁଥିବା ଖବର ପାଇ ଖଣ୍ଡଗିରି ପୁଲିସ୍‌ ପହଞ୍ଚିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବାସନ୍ତୀଙ୍କ ଏକ ଶିଶୁ ପୁତ୍ର ଥିବା ବେଳେ କେଉଁ ପରିସ୍ଥିତିରେ ସେ ଏପରି ଚରମ ପଦକ୍ଷେପ ନେଲେ ତାହାର ଖୋଳତାଡ଼ କରୁଛି ପୁଲିସ୍‌।

About The Author: The Sakala