ଓଡ଼ିଶାର ୩ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ: ଇସ୍ପାତ ଓ ଖଣି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ରହିଛି ସୁନାଖଣି । ରାଜ୍ୟର ୩ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ତଳେ ଗଛିତ ରହିଛି ସୁନା ପଥର। ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି । ଏ ନେଇ ଆଜି ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ବିଜେଡି […]

ଭୁବନେଶ୍ୱର: ଓଡ଼ିଶାରେ ରହିଛି ସୁନାଖଣି । ରାଜ୍ୟର ୩ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଟି ତଳେ ଗଛିତ ରହିଛି ସୁନା ପଥର। ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି । ଏ ନେଇ ଆଜି ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ସୁଧୀର ସାମଲଙ୍କ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେବଗଡ଼ ଜିଲ୍ଲାର ଅଡ଼ାସ, କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, କୁଶବଳା, ଅଡ଼ାଳ, ତେଲକୋଇର ସଳେଇକନା, ଡିମିରିମୁଣ୍ଡା, କରଡଙ୍ଗା ଓ ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡ଼ା, ରୁାଁସି, ଇଡେଳକୁଚା, ମାରେଡିହି, ସୁଲେଇପଟ ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନାପଥର ଥିବା ଜଣାଯାଇଛି।

About The Author: The Sakala