ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ ‘ଇ-ଅବକାରୀ’ ପାଇଁ ମିଳିବ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର

ଭୁବନେଶ୍ବର:  ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ ମାଧ୍ୟମରେ ସୁବିଧାରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ “ଇ-ଅବକାରୀ” ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ ନିମନ୍ତେ ଯୋଗ୍ୟ ବିବେଚିତ କରାଯାଇଅଛି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ୭ ଜାନୁୟାରୀ, ୨୦୨୩ ତାରିଖରେ ଏଥି ନିମନ୍ତେ ପୁରସ୍କାର ପ୍ରଦାନ କରାଯିବ । ପ୍ରକାଶ ଥାଉକି, ଓଡିଶା ସରକାରଙ୍କର ୫ଟି ସୁତ୍ର ଅନୁସାରେ ଅବକାରୀ ବିଭାଗ ଗତ ୨୦୧୯-୨୦ରୁ […]

ଭୁବନେଶ୍ବର:  ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ ମାଧ୍ୟମରେ ସୁବିଧାରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ “ଇ-ଅବକାରୀ” ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ ନିମନ୍ତେ ଯୋଗ୍ୟ ବିବେଚିତ କରାଯାଇଅଛି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ୭ ଜାନୁୟାରୀ, ୨୦୨୩ ତାରିଖରେ ଏଥି ନିମନ୍ତେ ପୁରସ୍କାର ପ୍ରଦାନ କରାଯିବ ।

ପ୍ରକାଶ ଥାଉକି, ଓଡିଶା ସରକାରଙ୍କର ୫ଟି ସୁତ୍ର ଅନୁସାରେ ଅବକାରୀ ବିଭାଗ ଗତ ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ବିଭାଗର ବିଭିନ୍ନ ସେବା ଓ କାର୍ଯ୍ୟକ୍ରମ ଗୁଡିକୁ ୩୦ ରୁ ଅଧିକ ଅନଲାଇନ୍‌ ପରିମାପକ ମାଧ୍ୟମରେ କାର୍ଯ୍ୟକାରୀ କରାଇ ନିରବଚ୍ଛିନ୍ନ ଭାବେ ସ୍ୱଚ୍ଛତାର ସହିତ ସମୟୋଚିତ ଅବାଧ ସେବା ପ୍ରଦାନ କରି ଆସୁଅଛି । ଏତଦ୍‌ ବ୍ୟତିତ, ଏହା ଅବକାରୀ ଅପରାଧର ସଠିକ୍‌ ପର୍ଯ୍ୟବେକ୍ଷଣ, ଅବକାରୀ ଚଢାଉ କୁ ମଜବୁତ କରିବା, ଅବୈଧ ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ପରିବହନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି, ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଅଛି ।

ପୁନଶ୍ଚ, ଇ-ଅବକାରୀ ଦ୍ୱାରା ଅନଲାଇନ୍‌ ଲଟେରୀ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ପ୍ରକାରର ଅବକାରୀ ଦୋକାନଗୁଡିକର ବନ୍ଦୋବସ୍ତ, ଠିକ୍‌ ସମୟରେ ସମସ୍ତ ଲାଇସେନ୍ସ ପ୍ରଦାନ ଏବଂ ନବୀକରଣ, ୧୦୦% ସରକାରୀ ପ୍ରାପ୍ୟର ଅନଲାଇନ ପୈଠ, ବ୍ରାଣ୍ଡ / ଲେବୁଲ ପଞ୍ଜୀକରଣ, ଅବକାରୀ ଦୋକାନ ଗୁଡିକର ସ୍ଥାନାନ୍ତର ଓ ମାଲିକାନା ସତ୍ୱ ପରିବର୍ତନ, ସମସ୍ତ ପରିମିଟ୍‌ ଓ ପାଶ୍‌ ପ୍ରଦାନ, ମୋବାଇଆପ୍‌ ଓ ଡି.ପି.ଆର ମାଧ୍ୟମରେ ଚଢାଉସ୍ଥାନ ଚିହ୍ନଟ ହେବା ସହ ଅବକାରୀ, ଏନ୍‌.ଡି.ପିଏସ୍‌ ମାମଲା ରୁଜୁ ଏବଂ ଆସାମୀ ଗିରଫ ପୂର୍ବବର୍ତୀ ବର୍ଷ ତୁଳନାରେ ଦୁଇଗୁଣ ଅଧିକ ହୋଇ ବିଭାଗକୁ ଅଧିକ ସ୍ୱଚ୍ଛ, କ୍ରିୟାଶୀଳ ଓ ଉତରଦ୍ୱାୟୀ କରାଇବାରେ ସହାୟକ ହୋଇଛି ।

About The Author: The Sakala