ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲେ ବାପା

ବ୍ରହ୍ମପୁର: ପୁଅକୁ ବଞ୍ଚିବାକୁ ଯାଇ ନଦୀରେ ବୁଡ଼ିଗଲେ ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ଗ୍ରାମରେ । ସୂଚନା ଅନୁଯାୟୀ, ତଲାସିଙ୍ଗି ଗ୍ରାମରେ ଅରୁଣ ପଣ୍ଡା ଗାଧୋଇବାକୁ ନିଜ ଆଠ ବର୍ଷର ପୁଅ ସହ ନଦୀକୁ ଯାଇଥଥିଲେ।  ଘୋଡା ହାଡ଼ ନଦୀର ଗଣ୍ଡରେ ୮  ବର୍ଷର ପୁଅ ବୁଡି ଯାଇଥିଲେ । ପୁଅକୁ ବାପା ବଞ୍ଚାଇ ଦେଇଥିଲେ ମଧ୍ଯ ବାପା ଗଣ୍ଡରେ ବୁଡି ଯାଇଥିଲେ। ଖବରପାଇ […]

ବ୍ରହ୍ମପୁର: ପୁଅକୁ ବଞ୍ଚିବାକୁ ଯାଇ ନଦୀରେ ବୁଡ଼ିଗଲେ ବାପା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ଗ୍ରାମରେ ।

ସୂଚନା ଅନୁଯାୟୀ, ତଲାସିଙ୍ଗି ଗ୍ରାମରେ ଅରୁଣ ପଣ୍ଡା ଗାଧୋଇବାକୁ ନିଜ ଆଠ ବର୍ଷର ପୁଅ ସହ ନଦୀକୁ ଯାଇଥଥିଲେ।  ଘୋଡା ହାଡ଼ ନଦୀର ଗଣ୍ଡରେ ୮  ବର୍ଷର ପୁଅ ବୁଡି ଯାଇଥିଲେ । ପୁଅକୁ ବାପା ବଞ୍ଚାଇ ଦେଇଥିଲେ ମଧ୍ଯ ବାପା ଗଣ୍ଡରେ ବୁଡି ଯାଇଥିଲେ। ଖବରପାଇ ସ୍ଥାନୀୟ ଲୋକେ ଏବଂ ଦିଗପହଣ୍ଡି ଅଗ୍ନିଶମ ବିଭାଗ ର କର୍ମଚାରୀ ଖୋଜାଖୋଜି କରିଥିଲେ । କିଛି ସମୟ ଖୋଜାଖାଜି ପରେ ବାପା ଅରୁଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ତେବେ ଅରୁଣ ରାଉଲକେଲାରେ ଚାକିରି କରୁଥିଲେ।  ଗାଁକୁ ଆସି ନଦୀକୁ ଗାଧୋଇବାକୁ ଯାଇଥିଲେ ।

 

About The Author: The Sakala