ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ମାମଲା: ଆସିଷ୍ଟାଣ୍ଡ୍‍ ଇଞ୍ଜିନିୟରଙ୍କୁ ୩ ବର୍ଷ ଜେଲ୍‍

ବ୍ରହ୍ମପୁର: ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ ଲୁନା ମହାନ୍ତି ଅଭିଯୁକ୍ତ ଆସିଷ୍ଟାଣ୍ଡ୍‍ ଇଞ୍ଜିନିୟରଙ୍କୁ ୩ବର୍ଷ ଜେଲ୍‍ ଦଣ୍ଡ ସହ ୨୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ସ୍ଥଳେ ଅଧିକ ୫ମାସ ଜେଲ୍‍ ଦଣ୍ଡ୍‍ରେ ଦଣ୍ଡିତ କରିଥିବା ନେଇ ସ୍ୱତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୦୮ ଏପ୍ରିଲ୍‍ ୨୮ରେ ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ମାମଲାରେ ତତ୍କାଳୀନ ସାନଖେମୁଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ […]

ବ୍ରହ୍ମପୁର: ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ ଲୁନା ମହାନ୍ତି ଅଭିଯୁକ୍ତ ଆସିଷ୍ଟାଣ୍ଡ୍‍ ଇଞ୍ଜିନିୟରଙ୍କୁ ୩ବର୍ଷ ଜେଲ୍‍ ଦଣ୍ଡ ସହ ୨୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ସ୍ଥଳେ ଅଧିକ ୫ମାସ ଜେଲ୍‍ ଦଣ୍ଡ୍‍ରେ ଦଣ୍ଡିତ କରିଥିବା ନେଇ ସ୍ୱତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୦୦୮ ଏପ୍ରିଲ୍‍ ୨୮ରେ ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ ମାମଲାରେ ତତ୍କାଳୀନ ସାନଖେମୁଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ରଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ସ୍ଥିତ ବାସଭବନ ସହ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଥିଲା। କନିଷ୍ଠ ଯନ୍ତ୍ରୀ ସନ୍ତୋଷଙ୍କ ନିକଟରୁ ୧୫ଲକ୍ଷ ୩୦ହଜାର ୭୫୮ଟଙ୍କା ଆୟ ବର୍ହିଃଭୂତ ସମ୍ପତ୍ତି ଠାବ ହୋଇଥିଲା। ଏ ନେଇ ଭିଜିଲାନ୍ସରେ ଏକ ମାମଲା ରୁଜୁ ହେବା ପରେ ତତ୍କାଳୀନ ଡିଏସ୍‍ପି ସୁବାଷ ଚନ୍ଦ୍ର ସ୍ୱାଇଁ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ପରେ ଅଭିଯୁକ୍ତ ସନ୍ତୋଷ ପାତ୍ର କୋର୍ଟରୁ ଜାମିନ ପାଇଥିଲେ। ଏ ମାମଲାର ବିଚାରାଣା ଚାଲିଥିବା ବେଳେ ୨୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା। ଉକ୍ତ ବୟାନକୁ ଭିତ୍ତି କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଥିବା ଦର୍ଶାଇ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ ଉପରୋକ୍ତ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସନ୍ତୋଷ ପାତ୍ର ବର୍ତ୍ତମାନ ଗଜପତି ଜିଲ୍ଲା ମୋହନାରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ଅଛନ୍ତି। ତାଙ୍କ ଘର ବ୍ରହ୍ମପୁର ବ୍ୟାଙ୍କ୍‍ କଲୋନୀ ସପ୍ତମ ଗଳି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପ୍ରତାପ ଚନ୍ଦ୍ର ଶତପଥୀ ମକଦ୍ଦମା ପରିଚାଳନା କରୁଥିଲେ।

About The Author: The Sakala