ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ ପୁଣି ଲାଗୁ ହେଲା ୧୪୪ ଧାରା

ବ୍ରହ୍ମପୁର: ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ ପୁଣି ଲାଗୁ ହେଲା ୧୪୪ ଧାରା । ଆଜି ସନ୍ଧ୍ୟା ୬ଟା ରୁ ରାତି ୧୦ଟା ପର୍ଯ୍ଯନ୍ତ ୧୪୪ ଧାରା ଜାରି ରହିବ । ଆଜି ସନ୍ଧ୍ୟା ସମୟରେ ମାଁ ଅସ୍ଥାୟୀ ମଣ୍ଡପରୁ ମହୁରୀ ରାଜ ବାଟି ଯିବେ। ପରମ୍ପରା ଅନୁଯାଇ ମା’ ରାଜବାଟି ଯାଉଥିବା ଯୋଗୁଁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କଲା ପ୍ରଶାସନ । ମାଁ ମହୁରୀ ରାଜବାଟି ପରିକ୍ରମା ସମୟରେ କେବଳ […]

ବ୍ରହ୍ମପୁର: ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ ପୁଣି ଲାଗୁ ହେଲା ୧୪୪ ଧାରା । ଆଜି ସନ୍ଧ୍ୟା ୬ଟା ରୁ ରାତି ୧୦ଟା ପର୍ଯ୍ଯନ୍ତ ୧୪୪ ଧାରା ଜାରି ରହିବ । ଆଜି ସନ୍ଧ୍ୟା ସମୟରେ ମାଁ ଅସ୍ଥାୟୀ ମଣ୍ଡପରୁ ମହୁରୀ ରାଜ ବାଟି ଯିବେ। ପରମ୍ପରା ଅନୁଯାଇ ମା’ ରାଜବାଟି ଯାଉଥିବା ଯୋଗୁଁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କଲା ପ୍ରଶାସନ । ମାଁ ମହୁରୀ ରାଜବାଟି ପରିକ୍ରମା ସମୟରେ କେବଳ ୨୦ ଜଣ ପୂଜକ ହିଁ ରହିପାରିବେ। ମହୁରୀ ରାଜବାଟି ପରକ୍ରମା ସମୟରେ ଆଳତୀ, ପ୍ରସାଦ ସେବନ, ନଡ଼ିଆ ଭଙ୍ଗା ଯାଇପାରିବ ନାହିଁ । ସର୍ବସାଧାରଣ କେହି ମଧ୍ୟ ଏହି କାର୍ଯ୍ଯକ୍ରମରେ ସାମିଲ ହୋଇପାରିବେ ନାହିଁ । ଯେଉଁମାନଙ୍କୁ ଅନୁମତି ମିଳିଛି ସେହିମାନେ କୋଭିଡ ନିୟମାବଳୀ ମାନିବେ। ମା ବୁଢୀଠାକୁରାଣୀ ଏବେ ବାପଘରେ ରହି ଅସ୍ଥାୟୀ ମଣ୍ଡପରେ ପୂଜା ପଉଛନ୍ତି। ତେବେ ଆଜି ସକାଳୁ ମାଙ୍କ ମୁଖ୍ୟ ଘଟ ସହ ପାର୍ଶ୍ବ ଘଟକୁ ଚିତ୍ର କରାଯାଇଥିଲା। ଦେଶୀବେହେରାଙ୍କ ସ୍ତ୍ରୀ ଆଜି ଘଟକୁ ଧରି ରାଜବାଟି ଯିବେ। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

About The Author: The Sakala