୫-ଟି ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରୀ କରିଥିବା ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଗୁମ୍ମା: ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଆଶ୍ରୟଗଡ଼ ୫-ଟି ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରୀ କରିଥିବା ଅଭିଯୁକ୍ତ ଗିରଫ। ସୂଚନା ଅନୁସାରେ ଆଶ୍ରୟଗଡ଼ ୫-ଟି ଉଚ୍ଚ ସରକାରୀ ବିଦ୍ୟାଳୟରେ ୬ଜୁନରେ ଈ-ପାଠାଗାରରୁ କମ୍ପ୍ୟୁଟର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ବିଦ୍ୟାଳୟ ପକ୍ଷରୁ ସେରଙ୍ଗ ଥାନାରେ ଏତଲା ପରେ ଅଭିଯୋଗ ଆଧାରରେ ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଂସଦାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ତଦନ୍ତ ଆରମ୍ଭ କରିଥିଲା। ଗୁମ୍ମା ଫାଣ୍ଡି ଅଧିକାରୀ […]

ଗୁମ୍ମା: ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଆଶ୍ରୟଗଡ଼ ୫-ଟି ଅନ୍ତର୍ଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରୀ କରିଥିବା ଅଭିଯୁକ୍ତ ଗିରଫ। ସୂଚନା ଅନୁସାରେ ଆଶ୍ରୟଗଡ଼ ୫-ଟି ଉଚ୍ଚ ସରକାରୀ ବିଦ୍ୟାଳୟରେ ୬ଜୁନରେ ଈ-ପାଠାଗାରରୁ କମ୍ପ୍ୟୁଟର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ବିଦ୍ୟାଳୟ ପକ୍ଷରୁ ସେରଙ୍ଗ ଥାନାରେ ଏତଲା ପରେ ଅଭିଯୋଗ ଆଧାରରେ ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଂସଦାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ତଦନ୍ତ ଆରମ୍ଭ କରିଥିଲା। ଗୁମ୍ମା ଫାଣ୍ଡି ଅଧିକାରୀ ପ୍ରଫୁଲ ଜାଗରାଙ୍ଗା କୁପ୍ତ ଅନୁସନ୍ଧାନ ଜରିଆରେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଉଛି ନିବାସ ଚନ୍ଦ୍ର ରଈତ(୨୮), ଗ୍ରାମ ଶିମ୍ବଲା। ପୋଲିସର ତଦନ୍ତ ଏବଂ ସନ୍ଦେହରୁ ଚୋରି ସାମଗ୍ରୀ ବିକିବା କଷ୍ଟ ହେବା ସହ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିବା ଜଣାପଡିଛି।

ଅଭିଯୁକ୍ତ ଜଣକ ନିଜେ ଗତକାଲି ଗୁମ୍ମା ଫାଣ୍ଡି ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିବା ସହ ଚୋରୀ ସାମଗ୍ରୀ ଫେରସ୍ତ କରିବାକୁ ଇଚ୍ଛା କରିଥିଲେ। ସୋମବାର ଅଭିଯୁକ୍ତ ନିବାସକି କୋର୍ଟ ଚାଲାଣ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ୩ଟି କମ୍ପ୍ୟୁଟର, ୪ଟି ସିପିଓ ଓ ଗୋଟିଏ ସ୍ପିକର ହସ୍ତାନ୍ତର କରାଯାଇଛି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି କି, ଏପରି ଚୋରୀ ଜଣେ ବ୍ୟକ୍ତି କରିବା ଅସମ୍ଭବ, ଏଥିରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଥାଇପାରନ୍ତି ବୋଲି ଆଶଙ୍କା କରିଛନ୍ତି ।

About The Author: The Sakala