ଧର୍ମାନ୍ତରୀକରଣ ବିବାଦ; ମୃତ୍ୟୁର ୨୫ ଘଣ୍ଟା ପରେ ମଧ୍ୟ ପଡିରହିଛି ମୃତଦେହ

ଜଳେଶ୍ୱର: ଧର୍ମାନ୍ତରୀକରଣ ଯୋଗୁଁ ଉଠିପାରୁନି ଶବ । ମୃତ୍ୟୁର ୨୫ ଘଣ୍ଟା ପରେ ମଧ୍ୟ ପଡିରହିଛି ମୃତଦେହ । ଶବ ପୋତାହେବ ନା ପୋଡାହବ, ଏନେଇ ଉପୁଜିଛି ଦ୍ୱନ୍ଦ । ଧର୍ମାନ୍ତୀକରଣକୁ ବିରୋଧ ଯୋଗୁ ହୋଇ ପାରୁନି ଶବ ସତ୍କାର । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ରଙ୍ଗାମାଟିଆରେ ଦେଖିବାକୁ ମିଳିଛ ଏପରି ଘଟଣା । ସୂଚନା ଅନୁସାରେ, କାଳିକ ଗ୍ରାମ ପଞ୍ଚାୟତର ରଙ୍ଗାମାଠିଆ ଗ୍ରାମର ଚଇନା ହାଁସଦାଙ୍କ ପୁତ୍ର ଛୁଟା ହାଁସଦାଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ବୁଧବାର ରାତିରେ ଘଟିଥିଲା। ସେ ପାରମ୍ପରିକ ଆଦିବାସୀ ସଂପ୍ରଦାୟର ହୋଇ ମଧ୍ୟ ବିଗତ ୧୫ ବର୍ଷରୁ ଅଧିକ ଦିନ ହେବ ନିଜର ଧର୍ମ ପରିବର୍ତ୍ତନ କରିଥିଲେ। ଆଦିବାସୀ ପରମ୍ପରାର ବିଧି ବିଧାନ କ୍ଷୁର୍ଣ୍ଣ ହେବାରୁ ପାରମ୍ପରିକ ଗ୍ରାମସଭା ମୁଖ୍ୟ ମାସାଙ୍ଗ ହାଁସଦା, ମୋହନ ମାରାଣ୍ଡି, ମଣ୍ଡଳ ହାଁସଦା ଧିରାନ ସୋରେନ, ରାଜୁ ହେମରମ, ପାରିଆର ହାଁସଦା, ନାରାୟଣ ମୁର୍ମୁ ପ୍ରମୁଖ ଗ୍ରାମ ମଶାଣିରେ ଶବ ସକ୍ରାର କରାଯିବାକୁ ବାରଣ କରିଥିଲେ। 

ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ମୃତକଙ୍କ ପୁଅ । ତେବେ ଥାନାରୁ ଫେରି ନିଜ ବାଡିରେ କବର ଦେବା ପାଇଁ ପ୍ରଶାସନଠୁ ଅନୁମତି ପାଇଁ ଘରବାଡି ପ୍ରମାଣପତ୍ର ନକଲ ରାଜସ୍ବ ଅଧିକାରୀ ଓଲମରାକୁ ମଧ୍ୟ ପଠାଇ ଥିଲେ । ତଥାପି ଏବେ ଯାଏ ମଧ୍ୟ ଶବ ସତ୍କାର ହୋଇନଥିବା ଜଣାପଡିଛି । ସେପଟେ ଗ୍ରାମବାସୀଙ୍କ ଅଭିଯୋଗ, ଧର୍ମାାନ୍ତୀକରଣ ଯୋଗୁ ଆଦିବାସୀ ସମ୍ପ୍ରଦାୟର ସଂସ୍କାର, ଧର୍ମ, ପରମ୍ପରା ନଷ୍ଟ ହେବାରେ ଲାଗିଛି ।

About The Author: Madhusudan Das