ଫେସବୁକ ଆକାଉଣ୍ଟ ହ୍ୟାକ କରି ଟଙ୍କା ଲୁଟିନେଲେ ସାଇବର ଠକ

ଜଳେଶ୍ବର: ସାଇବର ଠକମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଛି। ଜଳେଶ୍ବରରେ ଜନୈକ ବ୍ୟକ୍ତିଙ୍କ ନାମରେ ମିଥ୍ୟା ଫେସବୁକ୍ ଆକାଉଣ୍ଟ ଖୋଲି ହଜାର ହଜାର ଟଙ୍କା ଉଠାଇ ନେଉଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ପଞ୍ଚାୟତ ମିଲିଟାରୀ ବଜାରର ଜ୍ଞାନରଞ୍ଜନ ନାୟକ ଜଳେଶ୍ବର ଥାନାରେ ୧୨ ତାରିଖରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ କୌଣସି ବ୍ୟକ୍ତି ତାଙ୍କ ନାମରେ ଥିବା ଫେସବୁକ୍ ଆକାଉଣ୍ଟକୁ ହ୍ୟାକ କରି ମେଡିକାଲରେ ଚିକିତ୍ସିତ ହେଉଥିବା […]

ଜଳେଶ୍ବର: ସାଇବର ଠକମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଛି। ଜଳେଶ୍ବରରେ ଜନୈକ ବ୍ୟକ୍ତିଙ୍କ ନାମରେ ମିଥ୍ୟା ଫେସବୁକ୍ ଆକାଉଣ୍ଟ ଖୋଲି ହଜାର ହଜାର ଟଙ୍କା ଉଠାଇ ନେଉଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ପଞ୍ଚାୟତ ମିଲିଟାରୀ ବଜାରର ଜ୍ଞାନରଞ୍ଜନ ନାୟକ ଜଳେଶ୍ବର ଥାନାରେ ୧୨ ତାରିଖରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ କୌଣସି ବ୍ୟକ୍ତି ତାଙ୍କ ନାମରେ ଥିବା ଫେସବୁକ୍ ଆକାଉଣ୍ଟକୁ ହ୍ୟାକ କରି ମେଡିକାଲରେ ଚିକିତ୍ସିତ ହେଉଥିବା କହି ଟଙ୍କା ମାଗୁଥିବା ଜାଣିବାକୁ ପାଇଛନ୍ତି।ଜ୍ଞାନରଞ୍ଜନଙ୍କ ସମ୍ପର୍କରେ ଥିବା ପଶ୍ଚିମବଙ୍ଗ ରାଜ୍ୟ ଦାନ୍ତୁନ ଥାନା ଅନ୍ତର୍ଗତ ସାଉଟିଆ ଗ୍ରାମର ସୁକମଲ ମାଇତିଙ୍କ ଠାରୁ ମେଡିକାଲରେ ଅର୍ଥ ଜରୁରି ଥିବା କହି ତାଙ୍କ ଆକାଉଣ୍ଟରୁ ଫୋନ ପେ ମାଧ୍ୟମରେ ସାଇବର ଠକମାନେ ପ୍ରଥମେ ୧୨ହଜାର ଟଙ୍କା ପରେ ୮ହଜାର ଟଙ୍କା ନେଇଯାଇଥିବା ଜଣାପଡ଼ିବା ପରେ ସାଇବର କ୍ରାଇମ ସମ୍ପର୍କରେ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି।ଏହା ପରେ ବାଲେଶ୍ଵରରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ ବେହେରା ନାମକ ଯୁବକ ( ଜ୍ଞାନରଞ୍ଜନଙ୍କ ଫ୍ରେଣ୍ଡ ଲିଷ୍ଟରେ ଅଛନ୍ତି ) ଙ୍କ ଠାରୁ ୧୨ ତାରିଖ ଦିନ ୨ଟା ବେଳେ ପ୍ରଥମେ ୧୦ହଜାର ଟଙ୍କା ଓ ପରେ ଏକ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଉଠାଇ ନେଇଥିବାର ଜଣାପଡିଛି।ଅର୍ଥ ମାଗୁଥିବା ଠକ ବିଭିନ୍ନ ଫୋନ ନମ୍ବରରୁ କଥା ହେଉଥିବା ବେଳେ ପ୍ରଦୀପ ବେହେରାଙ୍କ ସହ ଅନ୍ୟ ଏକ ଫୋନ ନମ୍ବରରେ କଥାବାର୍ତ୍ତା କରିଥିଲେ। ସାଇବର ଠକମାନଙ୍କ ନିକଟରୁ ଏହି ସବୁ ଟଙ୍କା ଫେରି ପାଇବା ପାଇଁ ପଦକ୍ଷେପ ନେବାକୁ ଜ୍ଞାନରଞ୍ଜନ ପୁଲିସକୁ ନିବେଦନ କରିଛନ୍ତି।ଏହି ଘଟଣାର ପୂର୍ବରୁ ଜଳେଶ୍ଵର ସରସ୍ବତୀ ଶିଶୁ ମନ୍ଦିରର ଜନୈକ ଶିକ୍ଷକଙ୍କ ଆକାଉଣ୍ଟକୁ ହ୍ୟାକ କରି ତାଙ୍କର ବନ୍ଧୁମାନଙ୍କୁ ଅର୍ଥ ସାହାଯ୍ୟ ମାଗୁଥିବାର ଜଣାଯାଇଛି।ଏଥିପ୍ରତି ପୁଲିସ ପକ୍ଷରୁ ଛାନ୍‌ଭିନ୍ ନହେଲେ ବହୁ ସାଧାରଣ ଲୋକମାନଙ୍କ ଅର୍ଥ ହଡ଼ପ ହେବାର ଆଶଙ୍କା ପ୍ରକାଶ ପାଇଛି।

About The Author: The Sakala