ସରିଲା ମାଟ୍ରିକ ଖାତା ଦେଖା, ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନକୁ ଗୁରୁତ୍ବ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ମାଟ୍ରିକ ସମେଟିଭ୍-୨, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି । ଏଥର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ସାରା ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଖାତା ଦେଖା କାମରେ ୧୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହୋଇଥିଲେ । ଖାତା ଦେଖା ସରିବା ପରେ ଏଣିକି ଟାବଲେସନ ଉପରେ ଧ୍ୟାନ ଦିଆଯିବ। ବୋର୍ଡ ପକ୍ଷରୁ କୁହାଯାଇଛି ଯେ […]

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ମାଟ୍ରିକ ସମେଟିଭ୍-୨, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି । ଏଥର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ସାରା ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଖାତା ଦେଖା କାମରେ ୧୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହୋଇଥିଲେ । ଖାତା ଦେଖା ସରିବା ପରେ ଏଣିକି ଟାବଲେସନ ଉପରେ ଧ୍ୟାନ ଦିଆଯିବ। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଭଲରେ ଖାତା ଦେଖା ସରିଛି। ତେଣୁ ନିର୍ଦ୍ଧାରିତ ସମୟ କିମ୍ବା ପରେପରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ସମସ୍ତ ଚେଷ୍ଟା କରାଯାଉଛି । ଏଥି ସହିତ ଯେଉଁ ସେଟ ପ୍ରଶ୍ନ ପତ୍ରରେ ତ୍ରୁଟି ଦେଖାଦେଇଥିଲା ସେ ଛାତ୍ରଛାତ୍ରୀଙ୍କୁ ବୋର୍ଡର ନିୟମ ଅନୁଯାୟୀ ମାର୍କ ପ୍ରଦାନ କରାଯିବ। ସେ ପିଲାମାନଙ୍କର କିଛି ବି ସମସ୍ୟା ହେବନି । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି।

ଏଥର ରାଜ୍ୟର ୩୨୧୮ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

About The Author: The Sakala