ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ଏଗ୍ରିଷ୍ଟାକ୍ ଆଇଡି, ହେଲେ ଏହା ବାଧ୍ୟତାମୂଳକ ନୁହେଁ କହିଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର । ସମବାୟ ସଂସ୍ଥାରେ ଚାଷୀଙ୍କ ପାଇଁ ହେବ 'ଏଗ୍ରିଷ୍ଟାକ୍ ଆଇଡି' । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଚାଷୀ ସମବାୟ ସଂସ୍ଥା ଆସି ନ ପାରିଲେ ସରକାର ଚାଷୀଙ୍କ ପାଖକୁ ଯିବ । ଯେଉଁମାନେ ରାଜ୍ୟରେ ନଥିବେ ସେମାନେ ଭିସି ଜରିଆରେ ସେମାନଙ୍କର ପଞ୍ଜୀକରଣ କରିପାରିବେ । ଏଗ୍ରିଷ୍ଟେକ୍ ID ଜେନେରେଟ୍ ହେବା ପରେ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ଚାଷୀ ପରିଚୟ ପତ୍ର ମିଳିବ। ଏହି ପରିଚୟ ପତ୍ରରେ ଚାଷୀଙ୍କ ଚାଷ ସମ୍ପର୍କିତ ବିଭିନ୍ନ ତଥ୍ୟ ସହ ଚାଷ ଋଣ, ବିହନ, ସାର ଆଦି ସମ୍ପର୍କିତ ସୂଚନା ରହିବ। ୩୧ ତାରିଖ ଯାଏଁ ଏହି ପଞ୍ଜୀକରଣ ହେବ । ତେବେ ଆବଶ୍ୟକ ହେଲେ ଅବଧି ବଢ଼ିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। 

ସେପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି- ଏଗ୍ରିଷ୍ଟେକ ବାଧ୍ୟତାମୂଳକ ନୁହଁ। ଚାଷୀମାନଙ୍କ ସୁବିଧା ପାଇଁ ଏହା ଏକ ୟୁନିକ୍ କାର୍ଡ, କିନ୍ତୁ ବାଧ୍ୟତାମୂଳକ ନୁହେଁ । ଚାଷୀମାନଙ୍କ ପାଇଁ ସୁବିଧା ପାଇଁ ଏଇଟା ସ୍ୱତନ୍ତ୍ର କାର୍ଡ। ଅତିକମରେ ୧୦ ଲକ୍ଷ ଚାଷୀ ଏଗ୍ରିଷ୍ଟେକ କାର୍ଡ କରିବାପାଇଁ ଚେଷ୍ଟା କରାଯାଉଛି। କିନ୍ତୁ ଏହା ବାଧ୍ୟତାମୂଳକ ନୁହଁ। ବିନା ଏଗ୍ରିଷ୍ଟେକରେ ବି ଚାଷୀ ଧାନ ବିକ୍ରି କରିପାରିବେ। କେବଳ ଏହା ସେମାନଙ୍କ ସୁବିଧା ପାଇଁ କରାଯାଇଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ।

About The Author: Madhusudan Das