ଅଦିନିଆ ବର୍ଷାରେ ଚାଷୀଙ୍କ କଷଣ ଅସମ୍ଭାଳ, ମୁଖ୍ୟମନ୍ତ୍ରୀ ଡାକନ୍ତୁ ସର୍ବଦଳୀୟ ବୈଠକ…

ଭୁବନେଶ୍ବର: ଧାନ କ୍ୱିଣ୍ଟାଲ ୩୧୦୦ ଟଙ୍କା ଦେବେ, କଟନିଛଟନି ହେବନାହିଁ ବୋଲି ସରକାର ଘୋଷଣା କଲେ। ମାତ୍ର କ୍ଷମତାକୁ ଆସିବାର ଛଅ ମାସ ନ ପୂରୁଣୁ କଟ୍‌ନୀଛଟନୀ କଥା ଭୁଲିଗଲେ ସରକାର। ‘ଏଫ୍‌ଏକ୍ୟୁ’ ବାହାନା ଦେଖାଇ ଏବେ ଧାନ କିଣିବାକୁ ମିଲର୍‌ ଅରାଜି ହେଉଛନ୍ତି। ମନ୍ତ୍ରୀମାନେ କଟ୍‌ନୀଛଟ୍‌ନୀ ହେବନାହିଁ ବୋଲି କେଇଦିନ ତଳେ ଯାହା କହୁଥିଲେ, ଏବେ ସେମାନେ ସେହି କଥାକୁ ପାସୋରି ଦେଇଛନ୍ତି। ଧାନ କ୍ୱିଣ୍ଟାଲ ପିଛା ବିଭିନ୍ନ ଅଞ୍ଚଳରେ ୬ କିଲୋରୁ ୯ କିଲୋ […]

ଭୁବନେଶ୍ବର: ଧାନ କ୍ୱିଣ୍ଟାଲ ୩୧୦୦ ଟଙ୍କା ଦେବେ, କଟନିଛଟନି ହେବନାହିଁ ବୋଲି ସରକାର ଘୋଷଣା କଲେ। ମାତ୍ର କ୍ଷମତାକୁ ଆସିବାର ଛଅ ମାସ ନ ପୂରୁଣୁ କଟ୍‌ନୀଛଟନୀ କଥା ଭୁଲିଗଲେ ସରକାର। ‘ଏଫ୍‌ଏକ୍ୟୁ’ ବାହାନା ଦେଖାଇ ଏବେ ଧାନ କିଣିବାକୁ ମିଲର୍‌ ଅରାଜି ହେଉଛନ୍ତି। ମନ୍ତ୍ରୀମାନେ କଟ୍‌ନୀଛଟ୍‌ନୀ ହେବନାହିଁ ବୋଲି କେଇଦିନ ତଳେ ଯାହା କହୁଥିଲେ, ଏବେ ସେମାନେ ସେହି କଥାକୁ ପାସୋରି ଦେଇଛନ୍ତି। ଧାନ କ୍ୱିଣ୍ଟାଲ ପିଛା ବିଭିନ୍ନ ଅଞ୍ଚଳରେ ୬ କିଲୋରୁ ୯ କିଲୋ ପର୍ଯ୍ୟନ୍ତ କଟା ଯାଉଛି। ଏପରିକି କଟ୍‌ନୀଛଟନୀକୁ ଆରମ୍ଭରୁ ବିରୋଧ କରୁଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବେ ଏଫ୍‌ଏକ୍ୟୁ କଥା ଉଠାଇ କଟ୍‌ନୀଛଟନୀକୁ ସମର୍ଥନ କରିଛନ୍ତି। ପଶ୍ଚିମ ଓଡ଼ିଶାରେ ଚାଷୀ ବିକଳରେ ସରକାରଙ୍କ ଇନ୍‌ପୁଟ୍‌ ସବସିଡ଼ିକୁ ଅପେକ୍ଷା ନ କରି ମିଲରମାନଙ୍କ ଦଲାଲଙ୍କୁ କମ୍‌ ମୂଲ୍ୟରେ ଧାନ ବିକୁଥିବାବେଳେ ଉପକୂଳ ଅଞ୍ଚଳରେ ଦୁଇଦୁଇଟି ଲଘୁଚାପ ବର୍ଷା ଚାଷୀଙ୍କ ଅଣ୍ଟାରେ ଦେଇଛି ଶକ୍ତ ପାହାର। ବର୍ଷା ଯୋଗୁଁ କ୍ଷେତରେ ଲୋଟୁଥିବା ପାଚିଲା ଧାନ ଦେଖି ଚାଷୀ ଆତ୍ମହତ୍ୟା କରିବା ପରି ମର୍ମନ୍ତୁଦ ଘଟଣା ଘଟିଛି । ‘ଦାନା’ କ୍ଷୟକ୍ଷତିର ମାସାଧିକ କାଳ ବିତି ଯାଇଥିଲେ ସୁଦ୍ଧା ଫସଲ କ୍ଷତି ସହାୟତା ମିଳିନାହିଁ, ଏପରି ଅବସ୍ଥାରେ ଲଘୁଚାପ ଜନିତ କ୍ଷତି ସହାୟତା କେବେ ମିଳିବ ତାହା ଚାଷୀ କଳନା ବି କରିପାରୁ ନାହିଁ। ପ୍ରକୃତିର ଅଦଉତି ସାଙ୍ଗକୁ ସରକାରଙ୍କ ନୀତି ଓ କାର୍ଯ୍ୟ ଚାଷୀଙ୍କ ପାଇଁ ଅଧିକ କଷ୍ଟଦାୟକ ହୋଇଛି । ବିଭିନ୍ନ ବିଭାଗର ମନ୍ତ୍ରୀ ଚାଷୀ ଓ ଚାଷ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ମନ୍ତବ୍ୟ ପ୍ରଦାନ ସରକାରଙ୍କ ଉପରୁ ଚାଷୀଙ୍କ ଆସ୍ଥା ତୁଟାଇ ଦେଇଛି ।

ବରିଷ୍ଠ ବିଜେଡ଼ି ବିଧାୟ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, ଗୋଟିଏ ମାସ ତଳେ ରାଜ୍ୟସରକାର ସୋହେଲା ଠାରେ ଘୋଷଣା କରିଥିଲେ ଚାଷୀଙ୍କୁ ଶୋଷଣ କଲେ ଜେଲ୍ ପଠାଯିବ। ବିଭିନ୍ନ ଜିଲ୍ଲା ଦାୟିତ୍ଵ  ମନ୍ତ୍ରୀମାନଙ୍କୁ ଦିଆଗଲା। ଅଦିନିଆ ବର୍ଷାରେ ଚାଷ ଉଜୁଡି ଯାଇଛି। ୪ ଦିନରେ ୪ ଚାଷୀଙ୍କ ମୃତ୍ୟୁ ଘଟିଲାଣି।  ଇତିହାସରେ ଘଟଣା ବିରଳ ବୋଲି ସେ କହିଛନ୍ତି। ୭୦ ରୁ ୯୦ ପ୍ରତିଶତ ଧାନ ଉଠିଯିବା କଥା, ତାହା ହୋଇନି। ପ୍ରାୟତଃ ସବୁ ଜିଲ୍ଲାରେ ୩ କିମ୍ବା ୪ ତାରିଖ ପରେ ଧାନ ଉଠାଯିବ। ଏହାଦ୍ୱାରା ଅଭାବି ବିକ୍ରି ଆରମ୍ଭ ହେଲାଣି। ଅବ୍ୟବସ୍ଥା ପାଇଁ ସମ୍ବେଦନଶୀଳତା ରହିଲାନି। ଚାଷୀ ପଡୋଶୀ ରାଜ୍ୟର ମିଲରଙ୍କୁ ବାଧ୍ୟ ହେଉଛି ଅଭାବି ବିକ୍ରି କରିବାକୁ। ସରକାରିଙ୍କ ପାଖରେ ଏହାକୁ ମୁକାବିଲା କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେପଟେ ଧାନ ଉଠି ପାରୁନି, ଏପଟେ ଚାଷୀ ଅଭାବୀ ବିକ୍ରି କରୁଛି। ଏହାଦ୍ୱାରା ଆସନ୍ତା ରବି ସିଜିନ୍ ମଧ୍ୟ ପ୍ରଭାବିତ ହେବ। କଟ୍‌ନୀଛଟନୀ ହେବନି ବୋଲି ଘୋଷଣା କରିଥିଲେ ସରକାର ହେଲେ ଏବେ କଣ ଚାଲିଛି ବୋଲି ରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରଶ୍ନ କରିଛନ୍ତି। ବର୍ଷା ପାଇଁ ଧାନ ରଙ୍ଗ ବଦଳି ଗଲା। ସେ ଧାନକୁ ସରକାର ଉଠାଇବେ ନା ନାହିଁ ସ୍ପଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ। ଚାଷୀ ସଂଗଠନ ସହ ଆଲୋଚନା କରି ଚାଷୀକୂଳକୁ ଉଦ୍ଧାର କରନ୍ତୁ ବୋଲି ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

 

About The Author: The Sakala