ଚାଷ କାମ ସାରି ଘରକୁ ଫେରୁଥିବାବେଳେ ବଜ୍ରାଘାତରେ ଚାଷୀ ମୃତ

ଜଳେଶ୍ବର: ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ଜଳେଶ୍ୱର ବ୍ଲକ କୁଆଁରପୁର ଗ୍ରାମର ଜଣେ ଚାଷୀଙ୍କର ବଜ୍ରାଘାତରେ ଜୀବନ ଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଥାନା କୁଆଁରପୁର ଗ୍ରାମର ଭାନୁଚରଣ ପାତ୍ର (ବୟସ ୫୫) ବିଲରୁ ଚାଷ କାମ ସାରି ଘରକୁ ଫେରୁ ଥିବା ସମୟରେ ହଠାତ ମକଳାହାଣ୍ଡିଆ ମେଘ ଘୋଟି ଆସିବା ଫଳରେ ଘଡ଼ଘଡି ସହ ବଜ୍ରାଘାତ ହୋଇଥିଲା। ଯାହା ଫଳରେ ଯାହା ଫଳରେ ଭାନୁଚରଣ ସେଇ ବିଲରେ […]

ଜଳେଶ୍ବର: ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ଜଳେଶ୍ୱର ବ୍ଲକ କୁଆଁରପୁର ଗ୍ରାମର ଜଣେ ଚାଷୀଙ୍କର ବଜ୍ରାଘାତରେ ଜୀବନ ଯାଇଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଥାନା କୁଆଁରପୁର ଗ୍ରାମର ଭାନୁଚରଣ ପାତ୍ର (ବୟସ ୫୫) ବିଲରୁ ଚାଷ କାମ ସାରି ଘରକୁ ଫେରୁ ଥିବା ସମୟରେ ହଠାତ ମକଳାହାଣ୍ଡିଆ ମେଘ ଘୋଟି ଆସିବା ଫଳରେ ଘଡ଼ଘଡି ସହ ବଜ୍ରାଘାତ ହୋଇଥିଲା। ଯାହା ଫଳରେ ଯାହା ଫଳରେ ଭାନୁଚରଣ ସେଇ ବିଲରେ ଟଳି ପଡ଼ିଥିଲେ। ପାଖ ବିଲରେ ଥିବା ଲୋକମାନେ ଦୌଡ଼ିଆସି ସଂଗେ ସଂଗେ ଏକ ଟେମ୍ପୁ ମାଧ୍ୟମରେ ହାତିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। କିନ୍ତୁ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇ କୁଆଁରପୁର ଗ୍ରାମର ସୁକର ଛାୟା ଖେଳିଯାଇଛି।

About The Author: The Sakala