ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ : ୨ ଜଣ ଏସ୍‌ଓଜି ଯବାନ ଗୁରୁତର

ବୌଦ୍ଧ: ବୌଦ୍ଧ-କନ୍ଧମାଳ ସୀମାରେ ମୁହାଁ ମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ। ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳିବିନିମୟ ଚାଲିଥିବା ନେଇ ଆଇଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏହି ଗୁଳିବିନିମୟ ବେଳେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର […]

ବୌଦ୍ଧ: ବୌଦ୍ଧ-କନ୍ଧମାଳ ସୀମାରେ ମୁହାଁ ମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ। ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳିବିନିମୟ ଚାଲିଥିବା ନେଇ ଆଇଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏହି ଗୁଳିବିନିମୟ ବେଳେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ପ୍ରସ୍ତୁତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସେପଟେ ହେଲିକପଟର ଲ୍ୟାଣ୍ଡ କଲାପରେ ଯବାନଙ୍କୁ AIIMS କୁ ନିଆଯାଇଛି। ମାଓବାଦୀ ଲୁଚିଥିବା ସୂଚନା ମିଳିବା ପରେ ପୂରା ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏବେବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ଗୁଳି ବିନିମୟ। ଏଠାରେ କେକେବିଏନ ମାଓ ସଙ୍ଗଠନ ସକ୍ରିୟ ରହିଛି। ବୌଦ୍ଧ ଓ କନ୍ଧମାଳ ସୀମାନ୍ତରେ ଥିବା ନାରାୟଣପ୍ରସାଦ ଓ ଉମା ପଞ୍ଚାୟତ ନିକଟ ଜଙ୍ଗଲରେ ଅପରେସନ ଚାଲିଥିବା କୁହାଯାଉଛି। ମାଓ ବିରୋଧୀ ଅପରେସନରେ ଗୋଟିଏ ହେଲିକପ୍ଟର ସାମିଲ ଥିବା କୁହାଯାଉଛି।

About The Author: The Sakala