ଇଥାନଲ ଯନ୍ତ୍ରଣା; ଗାଡ଼ି ଷ୍ଟାର୍ଟ ଓ ମାଇଲେଜରେ ଦେଖାଉଛି ଅସୁବିଧା, ମାସକରେ ଫସିଲା ୪୫୦୦ ଗାଡ଼ି

ଭୁବନେଶ୍ୱର: ଦେଶରେ ପ୍ରଦୂଷଣ କମାଇବା ଓ ପେଟ୍ରୋଲ ଉପରେ ନିର୍ଭରଶୀଳତା କମାଇବା ପାଇଁ ସରକରା ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣକୁ ବ୍ୟବହାର କରିବା ପାଇଁ ଗାଡ଼ି ଚାଳକଙ୍କୁ ଉତ୍ସାହିତ କରାଯାଉଛି। ହେଲେ ଏହି ଇ୨୦ ଇଥାନଲ ବ୍ୟବହାର କରିବା ପ୍ରକ୍ରିୟା ଏବେ ଚାଳକମାନଙ୍କୁ ଅସୁବିଧାର ପକାଇଛି। ଫଳରେ ଇ୨୦ ଇଥାନଲ ଏବେ ଗାଡ଼ି ଚାଳନା ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ରାଜଧାନୀରେ ମଧ୍ୟ ବିଭିନ୍ନ ପ୍ରକାରର ଓ ବିଭିନ୍ନ ମଡ଼େଲର ଗାଡ଼ି ଚଳାଚଳ କରୁଛି। ହେଲେ ଏବେ ରାଜଧାନୀବାସୀ ଇ୨୦ ଇଥାନଲକୁ ନେଇ ବିଭିନ୍ନ ସମସ୍ୟା ଭୋଗୁଥିବାର ଦେଖିବାକୁ ମିଳିଛି। ଏବେ ଏବେ ମାକେର୍ଟକୁ ଆସୁଥିବା ନୂଆ ଗାଡ଼ିରେ ଏତେ ସମସ୍ୟା ଦେଖାଯାଉନଥିବା ବେଳେ ପୁରୁଣା ଗାଡ଼ିରେ ଇ ୨୦ଇଥାନଲ ଅସୁବିଧା ଦେଖା ଦେଇଛି। ବିଶେଷ କରି ଏହି ଇଥାନଲ ମିଶା ପେଟ୍ରୋଲ ପକାଇବା ଦ୍ୱାରା ଗାଡ଼ିର ମାଇଲେଜ୍‌‌ କମ୍‌‌ ହୋଇଯାଉଛି ଓ ଗାଡ଼ି ଷ୍ଟାର୍ଟ କରିବାରେ ଅସୁବିଧା ହଉଛି। ଫଳରେ ଚାଳକ ମାନେ ବାଧ୍ୟ ହୋଇ ଗାଡ଼ିକୁ ଗ୍ୟାରେଜ୍‌‌କୁ ନବା ସହ ଅଜଥା ଖର୍ଚ୍ଚାନ୍ତ ହଉଛନ୍ତି।

ସହରରେ ଛୋଟ ବଡ଼କୁ ମିଶାଇ ପ୍ରାୟ ୩୦୦ ଶହରୁ ଅଧିକ ଗାଡ଼ି ଗ୍ୟାରେଜ ରହିଛି। ପ୍ରାୟ ସବୁ ଗ୍ୟାରେଜ୍‌‌କୁ ଗୋଟେ ଦିନରେ ୨ ରୁ ୩ଟା ଇଥାନଲ ମିଶା ପେଟ୍ରୋଲ ଗାଡ଼ି ଅସୁବିଧା ଦେଖିବାକୁ ମିଳୁଛି। ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରେ ଗ୍ୟାରେଜ୍‌‌ କରିଥିବା ସନ୍ତୋଷ ମହାନ୍ତି କହିଛନ୍ତି ଯେ, ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ୱାରା ସମସ୍ୟା ଦେଖାଦେବାକୁ ମାସକ ମଧ୍ୟରେ ତାଙ୍କ ପାଖକୁ ୧୫ରୁ ଅଧିକ ଗାଡ଼ି ମରାମତି ପାଇଁ ଆସିଛି। ଏହିଭଳି ରାଜଧାନୀରେ ଥିବା ପ୍ରାୟ ୩ ଶହ ଗ୍ୟାରେଜ୍‌‌ରେ ୪୫୦୦ ଗାଡ଼ି ଏହାଦ୍ୱାରା ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି। କେଉଁ ଗାଡ଼ି ଧକ ଧକ ହୋଇ ଗାଡ଼ି ଷ୍ଟାର୍ଟ ହେଇ ଇଞ୍ଜିନ୍‌‌ ଅସୁବିଧା ଦେଖାଉଛି ତ ଆଉ କେଉଁଠି ଗାଡ଼ିର ମାଇଲେଜ୍‌‌ କମି ଆସୁଛି। ବିଶେଷ କରି ଗାଡ଼ି ଗ୍ୟାରେଜ୍‌‌ରେ ତିଆରି ହେବା ବେଳେ ଗାଡ଼ିରୁ ପାଣି ମଧ୍ୟ ବାହାରୁଛି ବୋଲି ଅଭିଯୋଗ କରାଯାଉଛି। ଏନେଇ ନୟାପଲ୍ଲୀର ଜଣେ ଗ୍ୟାରେଜ୍‌‌ ଦୋକାନୀ କୁହନ୍ତି ଇଥାନଲ ଆସିବା ପରେ ପୁରୁଣା ଗାଡ଼ିରେ ଅଧିକ ଅସୁବିଧା ଦେଖାଉଛି। ଯଦି ଗାଡ଼ିରେ ୧୬୮ ଟଙ୍କା ଦାମ୍‌‌ର ପେଟ୍ରୋଲ ପକାଉଛନ୍ତି ତେବେ ଗାଡ଼ି ଠିକ୍‌‌ ଚାଲୁଛି। କାର୍ବୁରେଟର ଗାଡ଼ିର ଅଧିକ ଅସୁବିଧା ରହୁଛି। ବିଏ୬ ଗାଡ଼ି ଟିକେ କମ୍‌‌ ରହୁଛି। ଏଥିସହ ବାଇକ୍‌‌ରେ ଅଧିକ ଅସୁବିଧା ଦେଖାଉଛି ବୋଲି ସେ କହିଛନ୍ତି।

 ସେ ଆହୁରି ବି କହିଛନ୍ତି କି ଗାଡ଼ିରୁ ଅଳ୍ପ ବହୁତ ପାଣି ବାହାରୁଛି। ଏହି ଇଥାନଲ ଅସୁବିଧା ହୋଇଥିବା ଗାଡ଼ି କାମ କରିବା ପାଇଁ ୧ ଘଣ୍ଟାରୁ ୨ ଘଣ୍ଟା ସମୟ ଲାଗୁଛି। ଫଳରେ ଚାଳକମାନେ ବିରକ୍ତି ପ୍ରକାଶ କରୁଛନ୍ତି। ଏହିପରି ଆଉଜଣେ ଗାଡ଼ି ତିଆରି କରିବା ପାଇଁ ଆସିଥିବା ଗ୍ରାହକ କୁହନ୍ତି ଏତେ ଟଙ୍କା ଦେଇ ତେଲ ପକାଇବୁ ଆଉ ଗାଡ଼ି ଖରାପ ହେଲେ ସେଥିପାଇଁ ପୁଣି ପଇସା ଗଣିବୁ। ଯଦି କୁଆଡ଼େ ଟିକେ ଯିବାକୁ ଥିବ ତେବେ ଗାଡ଼ି ଷ୍ଟାର୍ଟ କରିବାରେ ସମୟ ଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୋର ୧୧ ବର୍ଷର ଏସ୍‌‌ପି ସାଇନ୍‌‌ ଗାଡି। ପୂର୍ବରୁ ୭୦ ମାଇଲେଜ ଦେଖଉଥିଲା ହେଲେ ଏବେ ୫୦ ଦେଖଉଛି। ଏହି ଇ ୨୦ ମିଶା ଇଥାନଲ୍‌‌ ଆମ ପାଇଁ ସୁବିଧା କଣ ହବ ଦିନକୁ ଦିନ ଗାଡ଼ିକୁ ଖରାପ କରିଦଉଛି ବୋଲି ସେ କହିଛନ୍ତି।

About The Author: Madhusudan Das