ଅଙ୍ଗଦାନ କରି ଅମର ହୋଇଗଲେ କୁନିପୁଅ ଶୁଭୋଜିତ, ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ବର: ଅଙ୍ଗଦାନ କରି ଅମର ହୋଇ ଯାଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଶୁଭୋଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ସତ୍ୟନଗର ଶ୍ମଶାନରେ ଆଜି ଶୁଭୋଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ […]

ଭୁବନେଶ୍ବର: ଅଙ୍ଗଦାନ କରି ଅମର ହୋଇ ଯାଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଶୁଭୋଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ସତ୍ୟନଗର ଶ୍ମଶାନରେ ଆଜି ଶୁଭୋଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁଙ୍କ ୮ ବର୍ଷୀୟ ପୁଅ ଶୁଭୋଜିତ ବିଜେବି ଇଲିଂଶ ମିଡ଼ିୟମ୍‌ ସ୍କୁଲରେ ପାଠ ପଢ଼ୁଥିଲେ। ଗତ ବୁଧବାର ପରୀକ୍ଷା ଦେବାକୁ ଯାଇଥିବା ହଠାତ୍‌ ଚେତା ହରାଇ ତଳେ ପଡ଼ି ଯାଇଥିଲେ ଶୁଭୋଜିତ। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ମାତ୍ର ଗତ ଗୁରୁବାର ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ। ପୁଅ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ କିନ୍ତୁ ଅନ୍ୟ ଶରୀରରେ ପୁଅ ବଞ୍ଚୁ ବୋଲି ଭାବି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ଶୁଭୋଜିତ ଶରୀରରୁ କିଡନୀ, ଆଖି, ପାନକ୍ରିୟସ୍‌, ଲିଭର ପ୍ରମୁଖ ପୃଥକ୍‌ କରାଯାଇଥିଲା । ପରେ ସବୁ ଅଙ୍ଗକୁ ଗ୍ରୀନ୍‌ କରିଡରରେ ଏୟାରପୋର୍ଟ ନିଆଯାଇ ଅନ୍ୟ ରାଜ୍ୟକୁ ପଠାଯାଇଛି।

 

About The Author: The Sakala