ଓୟୁପି ଆକ୍ଟରେ କଟୁଛି ଇ-ଚାଲାଣ: ଜାଣନ୍ତୁ କେଉଁ ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ, ସାଇକଲ ଚଳାଇବା ବେଳେ ଫୋନ୍‌‌ରେ ଗପିଲେ ବି ଫସିବେ……

ଭୁବନେଶ୍ୱର:  ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ (ଓୟୁପି) ଧାରାରେ ରାଜଧାନୀରେ ଇ-ଚାଲାଣ କାଟୁଛି କମିସନରେଟ୍‌‌ ପୁଲିସ। ଏହି ଆଇନ ଅନୁସାରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ପାରମ୍ପରିକ ଭାବେ ହାତରେ କଟାଯାଇଥିବା ଚାଲାଣ (ମାନୁଆଲ)କୁ ହଟାଯାଇ ଇ-ଚାଲାଣ କଟାଯାଉଛି। ଫଳରେ ଜରିମାନା ଆଦାୟରେ ସ୍ୱଚ୍ଛତା ଆସିବ ବୋଲି ପୁଲିସ ଆଶା ରଖିଛି। ଏଥିସହ ‘୫-ଟି’ ଯୋଡ଼ି ହେବା ପରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଛି କମିସନରେଟ୍‌‌ ପୁଲିସ। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ନିୟମ ଭାଙ୍ଗୁଥିବା […]

ଭୁବନେଶ୍ୱର:  ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ (ଓୟୁପି) ଧାରାରେ ରାଜଧାନୀରେ ଇ-ଚାଲାଣ କାଟୁଛି କମିସନରେଟ୍‌‌ ପୁଲିସ। ଏହି ଆଇନ ଅନୁସାରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ପାରମ୍ପରିକ ଭାବେ ହାତରେ କଟାଯାଇଥିବା ଚାଲାଣ (ମାନୁଆଲ)କୁ ହଟାଯାଇ ଇ-ଚାଲାଣ କଟାଯାଉଛି। ଫଳରେ ଜରିମାନା ଆଦାୟରେ ସ୍ୱଚ୍ଛତା ଆସିବ ବୋଲି ପୁଲିସ ଆଶା ରଖିଛି। ଏଥିସହ ‘୫-ଟି’ ଯୋଡ଼ି ହେବା ପରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଉଛି କମିସନରେଟ୍‌‌ ପୁଲିସ। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି। ଏଣୁ ନ୍ୟାସନାଲ ଇନ୍‌‌ଫରମେଟିକ୍‌‌ ସେଣ୍ଟର(ଏନ୍‌‌ଆଇସି) ଉକ୍ତ ସଫ୍ଟୱେର୍‌‌ ପ୍ରସ୍ତୁତ ହୋଇଛି। ଏହା ଇ-ଚାଲାଣ ମେସିନ୍‌‌ରେ ଅପଲୋଡ୍‌‌ କରାଯିବ। ଫଳରେ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଉଛି।

ସେହିପରି ରାଜଧାନୀରେ ବିନା ହେଲ୍‌‌ମେଟ, ବେଆଇନ ପାର୍କିଂ, ରଙ୍ଗ୍‌‌ରୁଟ୍‌‌ ଓ ଫୋନ୍‌‌ରେ ଗପିବା ଆଦିରେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ୫୦୦ ଟଙ୍କା ନେଉଥିଲେ ପୁଲିସ କର୍ମଚାରୀ। ସେମାନେ ମାନୁଆଲ ଚାଲାଣ କାଟୁଥିବାରୁ ୧୦୦ ଟଙ୍କା ଚାଲାଣ କାଟି ବଳକା ୪୦୦ ଟଙ୍କା ଚଳୁ କରୁଥିବାର ଅଭିଯୋଗ ହୋଇଥିଲା। କାରଣ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ଟ୍ରାଫିକ ନିୟମ ଭାଙ୍ଗିଲେ ୫୦ ଟଙ୍କା ଠାରୁ ସର୍ବାଧିକ ୧ ହଜାର ଟଙ୍କା ଯାଏଁ ଚାଲାଣ କାଟିପାରିବ ପୁଲିସ। ଏଣୁ ନିୟମ ଖିଲାପକାରୀଙ୍କ ଠାରୁ ମୋଟା ଆକାରର ଜରିମାନା ନେଇ କିଛି ଟଙ୍କା ଚାଲାଣ ବାବଦରେ ପୁଲିସ ଦେଇଦେଉଥିବା ଅଭିଯୋଗ ହୋଇଥାଏ। ଇ-ଚାଲାଣ ହେବା ଦ୍ୱାରା ଚାଲାଣ କାଟିବା ସହ ଜରିମାନା ଆଦାୟରେ ସ୍ୱଚ୍ଛତା ଆସୁଛି। ଏଥିରେ ଟ୍ରାଫିକ ବ୍ୟବସ୍ଥାରେ ସରଳୀକରଣ କରିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି।

ଏସବୁ ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ
ରାସ୍ତାର ନିୟମ ଭାଙ୍ଗିବା, ପଶୁଙ୍କ ପ୍ରତି ଅସୁବିଧା ସୃଷ୍ଟି କରିବା, ରାସ୍ତାରେ ଅସୁବିଧା ସୃଷ୍ଟି କରିବା, ପଶୁଙ୍କୁ ବିକ୍ରି କରିବା ଲାଗି ପ୍ରଦର୍ଶନ କରିବା, ଫୁଟ୍‌‌ପାଥ ଅବରୋଧ କରିବା, ସର୍ବସାଧାରଣରେ ଅପରାଧମୂଳକ କାର୍ଯ୍ୟ କରିବା, ଉର୍ଦ୍ଦିଷ୍ଟ କୂଅକୁ ଅପବିତ୍ର କରିବା, ସର୍ବସାଧାରଣରେ ଦୁର୍ବ୍ୟବହାର କରିବା, ଗାଧେଇବା ଲାଗି ଲୋକେ ଆସୁଥିବା ରାସ୍ତାକୁ ଅବରୋଧ କରିବା, ଶାନ୍ତି ଭଙ୍ଗ କରିବା ନିମନ୍ତେ ଉସ୍‌‌କେଇବା, ସଡ଼କ ମଝିରେ ନିଆଁ ଲଗାଇବା, ରାସ୍ତା ମଝିରେ ମଦ୍ୟପାନ, ସରକାରୀ ସମ୍ପତ୍ତିର ବିନା ଅନୁମତିରେ ନୋଟିସ୍‌‌ ଲଗାଇବ ଏବଂ ସରକାରୀ ଅଫିସ୍‌‌ ସାମ୍‌‌ନାରେ ବେଆଇନ୍‌‌ ପାର୍କିଂ କରିବା ଆଦି ନିୟମକୁ ଭାଙ୍ଗିଲେ ପୁଲିସ ଜରିମାନା ଆଦାୟ କରିବ ବୋଲ ସୂଚନା ମିଳିଛି।

ସାଇକଲ ଚଳାଇବା ବେଳେ ଫୋନ୍‌‌ରେ ଗପିଲେ ବି ଫସିବେ
ରାଜଧାନୀରେ ସାଇକଲ ଚଳାଇବା ସମୟରେ ଫୋନ୍‌‌ରେ କଥା ହେଉଥିବା ସମୟରେ ପୁଲିସ ହାତରେ ଧରାପଡ଼ିଲେ ଜରିମାନା ଆଦାୟ କରାଯିବ। ଫୋନ୍‌‌ରେ କଥା ହେଉଥିଲେ ପୁଲିସ କବଳରୁ ବର୍ତ୍ତିପାରିବେନି ଅମାନିଆ। ସେମାନଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିବ ପୁଲିସ। ପୂର୍ବରୁ ଏହି ଆଇନ ଥିଲେ ମଧ୍ୟ ଏହାକୁ ଲାଗୁ କରାଯାଉ ନ ଥିଲା। ମାତ୍ର ସାଇକଲ ଚଳାଉଥିବା ବ୍ୟକ୍ତି ମୋବାଇଲ୍‌‌ ଫୋନ୍‌‌ରେ କଥା ହେବାରୁ ଦୁର୍ଘଟଣାରେ ଜୀବନ ଯାଉଛି।

About The Author: The Sakala