ଅଟକାଇବା ସତ୍ତ୍ବେ ଟ୍ରକ୍‌ ରଖିଲେନି ଡ୍ରାଇଭର, ଅଧାଗଢା ଓଭରବ୍ରିଜ୍‌ ତଳକୁ ଗାଡି ସହ ଖସି ଚାଲିଗଲା ଜୀବନ, ଦେଖନ୍ତୁ ଭିଡିଓ….

ସାରସକଣା : କିଛି ଯୁବକ ରାସ୍ତା କଡରେ ଛିଡା ହୋଇ ଡାକ ଛାଡୁଛନ୍ତି, କିନ୍ତୁ ଦ୍ରୁତ ବେଗରେ ଯାଉଥିବା ଟ୍ରକ ଡ୍ରାଇଭର ଶୁଣିଲେନି ଡାକ। ଯାହା ଫଳରେ ଅସମ୍ପୂର୍ଣ ଓଭରବ୍ରିଜ ତଳକୁ ଗାଡି ସହ ଖସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ବମ୍ବେଛକସ୍ଥିତ ଅସମ୍ପୂର୍ଣ ଓଭରବ୍ରିଜରୁ ଏକ ଟ୍ରକ ଆଜି ସନ୍ଧ୍ୟାରେ ତଳକୁ ଖସିପଡି ଚଳକଙ୍କ ମୃତ୍ୟୁ ହୋଇଛି। #ଅର୍ଦ୍ଧ_ନିର୍ମିତ_ଓଭରବ୍ରିଜ_ତଳକୁ_ଖସିଲା_ଟ୍ରକମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା […]

ସାରସକଣା : କିଛି ଯୁବକ ରାସ୍ତା କଡରେ ଛିଡା ହୋଇ ଡାକ ଛାଡୁଛନ୍ତି, କିନ୍ତୁ ଦ୍ରୁତ ବେଗରେ ଯାଉଥିବା ଟ୍ରକ ଡ୍ରାଇଭର ଶୁଣିଲେନି ଡାକ। ଯାହା ଫଳରେ ଅସମ୍ପୂର୍ଣ ଓଭରବ୍ରିଜ ତଳକୁ ଗାଡି ସହ ଖସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ବମ୍ବେଛକସ୍ଥିତ ଅସମ୍ପୂର୍ଣ ଓଭରବ୍ରିଜରୁ ଏକ ଟ୍ରକ ଆଜି ସନ୍ଧ୍ୟାରେ ତଳକୁ ଖସିପଡି ଚଳକଙ୍କ ମୃତ୍ୟୁ ହୋଇଛି।


ଏହି ଓଭରବ୍ରିଜ କାମ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡିରହି ଲୋକଙ୍କ ସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଓଭରବ୍ରିଜ କାମ ସମ୍ପୂର୍ଣ କରିବାକୁ ଦାବି କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି ବରଂ ପୁଲିସ ତରଫରୁ ମିଥ୍ୟା ମାମଲା ରୁଜୁ କରାଯାଇଛି। ଆଜି ଶନିବାର ସନ୍ଧ୍ୟା ୫.୨୦ ସମୟରେ ଓଡି-୦୯-କେ-୨୩୬୦ ନମ୍ବର ବିଶିଷ୍ଟ ଟ୍ରକ ହଳିଦିଆରୁ ଲୁହାପଥର ଅନ୍‌ଲୋଡ୍‌ କରି କେନ୍ଦୁଝର ଫେରୁଥିବା ବେଳେ ,ବମ୍ବେଛକ ଠାରେ ରହିଥିବା ଏହି ଅସମ୍ପୂର୍ଣ ଓଭରବ୍ରିଜ ଉପରେ ଗାଡିକୁ ଦ୍ରୁତ ଗତିରେ ନେଇ ଯାଉଥିଲେ। ଏହି ସମୟରେ ସେଠାରେ ଥିବା କିଛି ଯୁବକ ଗାଡିଟିକୁ ଅଟକାଇବା ଚେଷ୍ଟା କରିଥିଲେ ମଧ୍ୟ ଗାଡି ଚାଳକ ଜଣଙ୍କ କିଛି ଣୁଣିନଥିଲେ। ଯାହା ଫଳରେ ଗାଡିଟି ଅସମ୍ପୂର୍ଣ ଓଭରବ୍ରିଜ ତଳକୁ ଖସିପଡିଥିଲା।

ଘଟଣା ଦେଖି ନିକଟସ୍ଥ ଲୋକେ ଚାଳକକୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ଝାରପୋଖରୀଆ ପୁଲିସକୁ ଖବର ଦେବା ପରେ ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ପହଂଚି ଟ୍ରକ ଚାଳକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅସମ୍ପୂର୍ଣ ଓଭରବ୍ରିଜ ଉପରକୁ ଯାଉଥିବା ରାସ୍ତାରେ ପୁଲିସର ଏକ ନାକା ଗେଟ ଲଗାଯାଇଥିଲେ ମଧ୍ୟ ଉପସ୍ଥିତ ପୁଲିସ କର୍ମୀମାନେ କିପରି ଅଟକାଇପାରିନଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ବମ୍ବେଛକ ଠାରେ ଜାତୀୟ ରାଜପଥ ୧୮ ଓ ୪୯ନମ୍ବରକୁ ସମ୍ପୂର୍ଣ ଭାବେ ସ୍ଥାନୀୟ ଲୋକେ ବନ୍ଦ କରିଥିବା ବେଳେ ପୁଲିସ ଲୋକଙ୍କୁ ବୁଝାଇ ପାରିନାହିଁ।। ଏବେ ସୁଦ୍ଧା ସବୁ ବନ୍ଦ ରହିଛି। ରାସ୍ତାକୁ ସ୍ଥାନୀୟ ଲୋକେ ବନ୍ଦ କରିଥିବାରୁ ଦୁଇଟି ରାଜପଥରେ ୫୦୦ରୁ ଉର୍ଦ୍ଧ୍ବ ଗାଡି ଅଟକି ରହିଛି।

About The Author: The Sakala