ପ୍ରେମିକାକୁ ପାଇବା ନିଶାରେ ଅପହରଣ ନାଟକ

ନିରାକାରପୁର : ଧରାପଡ଼ିଗଲା ଅପହରଣ ନାଟକ। ଶେଷରେ ନିଜେ ନିର୍ଦ୍ଦେଶକ ଓ ଦୁଇ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ତଳସାହିର କୈଳାସ ବେହେରା ଓରଫ ତୋଫାନ (୨୨)ଙ୍କ ପତ୍ନୀ ପୂଜା ବେହେରା ଗତ ୨୫ ତାରିଖରେ ଜଙ୍କିଆ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ତୋଫାନଙ୍କୁ କେହି ଦୁର୍ବୃତ୍ତ ଗୋଳବାଇରୁ ଅପହରଣ କରି ନେଇଛନ୍ତି। ପୁଲିସ ବିଭିନ୍ନ ସୂତ୍ରରୁ ଖବର ନେଇ ଅପହରଣ ହୋଇଥିବା ସ୍ୱାମୀ […]

ନିରାକାରପୁର : ଧରାପଡ଼ିଗଲା ଅପହରଣ ନାଟକ। ଶେଷରେ ନିଜେ ନିର୍ଦ୍ଦେଶକ ଓ ଦୁଇ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ତଳସାହିର କୈଳାସ ବେହେରା ଓରଫ ତୋଫାନ (୨୨)ଙ୍କ ପତ୍ନୀ ପୂଜା ବେହେରା ଗତ ୨୫ ତାରିଖରେ ଜଙ୍କିଆ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ତୋଫାନଙ୍କୁ କେହି ଦୁର୍ବୃତ୍ତ ଗୋଳବାଇରୁ ଅପହରଣ କରି ନେଇଛନ୍ତି। ପୁଲିସ ବିଭିନ୍ନ ସୂତ୍ରରୁ ଖବର ନେଇ ଅପହରଣ ହୋଇଥିବା ସ୍ୱାମୀ ଓ ଅପହରଣ କରିଥିବା ଦୁଇ ଜଣ ନାବାଳକଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ କି, ବର୍ଷେ ଦେଢ଼ବର୍ଷ ତଳେ ଗୋଳବାଇ ତଳସାହିର ଡ୍ୟାନ୍ସ ମାଷ୍ଟର ତୋଫାନ ବେହେରା ପୂଜା ବେହେରାଙ୍କୁ ବିବାହ କରିଥିଲେ। ସେ ବର୍ତ୍ତମାନ ଗର୍ଭବତୀ ରହିଥିବା ଶୁଣିବାକୁ ମିଳୁଛି। ଏଣେ ତୋଫାନ ନାଚୁଣୀ ଡ୍ୟାନ୍ସ ଶିକ୍ଷା ଦେବାକୁ ଯିବାବେଳେ ଉକ୍ତ ସ୍ଥାନରେ ଜଣେ ଯୁବତୀଙ୍କୁ ଭଲ ପାଇ ତାଙ୍କୁ ହାସଲ କରିବା ପାଇଁ ନିଜେ ନିଜେ ଏକ ଅପହରଣ ନାଟକ ରଚନା କରିଥିଲେ। ଯାହାକି ସେ ପୁଲିସ ଦ୍ୱାରା ଉଦ୍ଧାର ହେବା ପରେ ତାଙ୍କ ବୟାନରେ କହିଥିବା ଜଙ୍କିଆ ପୁଲିସଠାରୁ ଜଣାପଡ଼ିଛି।

୨୪ ତାରିଖ ରାତିରେ ତୋଫାନ ତାଙ୍କ ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ ତାଳପଡ଼ା ଗ୍ରାମର ଦୁଇଜଣ ନାବାଳକ ଜଣେ ଦଶମ ଶ୍ରେଣୀ ଛାତ୍ର ଓ ଆଉ ଜଣେ ଯୁକ୍ତ ୩ ଛାତ୍ରଙ୍କ ସହାୟତାରେ ନିଜକୁ ଅପହରଣର ନାଟକ କରି ନାଚୁଣୀ ଯାଇ ସେଠାରେ ଉକ୍ତ ସହଯୋଗୀଙ୍କ ସହାୟତାରେ ନିଜକୁ ବସ୍ତା ଓ ମୁଣ୍ଡ ଉପରେ ପଥର ଥୋଇ ଏହାର ଫଟୋକୁ ନିଜ ପତ୍ନୀ ଓ ବର୍ତ୍ତମାନର ପ୍ରେମିକାକୁ ପଠାଇଥିଲେ। ନିଜ ଘରକୁ ସହଯୋଗୀଙ୍କ ଜରିଆରେ ଟଙ୍କା ମାଗିଥିବାବେଳେ ପ୍ରେମିକାକୁ ଫଟୋ ଛାଡ଼ି ଟାଙ୍ଗୀ ସେପଟକୁ ଛାଡ଼ିଲେ ତୁମ ପ୍ରେମିକ ତୋଫାନକୁ ଜୀବନରୁ ମାରିଦେବୁ ବୋଲି ଫୋନ୍‍ରେ ଧମକ ଦେଇଥିଲେ। ଏ ସମ୍ପର୍କରେ ଜଙ୍କିଆ ପୁଲିସ ସମସ୍ତ ଘଟଣାକୁ ତର୍ଜମା କରି ମୋବାଇଲ୍‍ ଟ୍ରାକିଂ କରି ଗୁରୁବାର ରାତିରେ ନାଚୁଣୀଠାରୁ ତୋଫାନକୁ ଉଦ୍ଧାର କରି ତାଙ୍କଠାରୁ ସମସ୍ତ ଘଟଣା ଶୁଣି ଉକ୍ତ ଦୁଇ ନାବାଳକଙ୍କୁ ରାତାରାତି ତାଳପଡ଼ାରୁ କାବୁ କରିଥିଲା।

About The Author: The Sakala