ତ୍ରିକୋଣୀୟ ପ୍ରେମରୁ ଡବଲ ମର୍ଡର: ଛୁରାମାଡ଼ରେ ଯୁବକ ଓ ଯୁବତୀ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନାମରା ପଞ୍ଚାୟତ କାଶୀପଡାରେ ଡବଲ ମର୍ଡର। ତ୍ରିକୋଣୀୟ ପ୍ରେମରୁ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଡ୍ରାଇଭରର ଛୁରା ମାଡ଼ରେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬) ଏବଂ ଯୁବତୀ ଜଣକ କୁତ୍ରା ଥାନା କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪)। ଗତକାଲି ରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଛି । ଘଟଣା ପରେ ହତ୍ୟାକାଣ୍ଡ ଭିଆଇଥିବା […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନାମରା ପଞ୍ଚାୟତ କାଶୀପଡାରେ ଡବଲ ମର୍ଡର। ତ୍ରିକୋଣୀୟ ପ୍ରେମରୁ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଡ୍ରାଇଭରର ଛୁରା ମାଡ଼ରେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬) ଏବଂ ଯୁବତୀ ଜଣକ କୁତ୍ରା ଥାନା କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪)। ଗତକାଲି ରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଛି । ଘଟଣା ପରେ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଖବର ପାଇ କୁତ୍ରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଡ୍ରାଇଭର ଜଣକ ରାଜଗାଙ୍ଗପୁର ଜଅରୁମାଲ ଅଞ୍ଚଳର ରାଜୁ ନାଗ ବୋଲି ଜଣାପଡିଛି।

About The Author: The Sakala