ପାରାଦୀପ ସମୁଦ୍ର କୂଳରୁ ମିଳିଲା ବିରଳ ପ୍ରଜାତିର ଡଲଫିନ୍

ପାରାଦୀପ: ପାରାଦୀପ ସମୁଦ୍ର କୂଳରୁ ମିଳିଲା ବିରଳ ପ୍ରଜାତିର (ଲଙ୍ଗ ସ୍ନାଉଟେଡ ସ୍ପିନର ଡଲଫିନ) ଷ୍ଟେନେଲା ଡଲଫିନ। ସାଢ଼େ ଚାରିଫୁଟ ଲମ୍ବ ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ। ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ରରେ ଖୁବ୍ କ୍ଵଚିତ ଦେଖିବାକୁ ମିଳିଥାଏ। ପାରାଦ୍ଵୀପ ବନ୍ଦରର ୫ ନମ୍ବର ଗେଟ ନିକଟ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରେ ପଡ଼ିଥିବାର ଦେଖି କିଛି ଯୁବକ ଏହାକୁ ପୋତି ଦେଇଥିଲେ। […]

ପାରାଦୀପ: ପାରାଦୀପ ସମୁଦ୍ର କୂଳରୁ ମିଳିଲା ବିରଳ ପ୍ରଜାତିର (ଲଙ୍ଗ ସ୍ନାଉଟେଡ ସ୍ପିନର ଡଲଫିନ) ଷ୍ଟେନେଲା ଡଲଫିନ। ସାଢ଼େ ଚାରିଫୁଟ ଲମ୍ବ ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ। ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ରରେ ଖୁବ୍ କ୍ଵଚିତ ଦେଖିବାକୁ ମିଳିଥାଏ। ପାରାଦ୍ଵୀପ ବନ୍ଦରର ୫ ନମ୍ବର ଗେଟ ନିକଟ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରେ ପଡ଼ିଥିବାର ଦେଖି କିଛି ଯୁବକ ଏହାକୁ ପୋତି ଦେଇଥିଲେ।

ଏହାର ଉପର ଭାଗ କଳା ଚିକ୍ ଚିକ୍ ଦେଖାଯାଉଥିବା ବେଳେ ଏହାର ମୁହଁ ଲମ୍ବା ଥଣ୍ଟ ଭଳି ବାହାରିଛି। କୁଜଙ୍ଗ ବନ ବିଭାଗ ଖବର ପାଇବା ପରେ ଏହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଛନ୍ତି। ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ଏହି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥାଏ। ତେବେ ଏହା ଏକ ଅଣ୍ଡିରା ଡଲଫିନ ଏବଂ ବ୍ୟବଛେଦ ପରେ ଏହାର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

About The Author: The Sakala