ଦିଗପହଣ୍ଡି: ଦିଗପହଣ୍ଡି ବସ୍ ଦୁର୍ଘଟଣା ମାମଲା । ଭୁବନେଶ୍ୱରରୁ ବସ୍ ଡ୍ରାଇଭରକୁ ଉଠାଇନେଲା ପୋଲିସ । OSRTC ଡ୍ରାଇଭରକୁ ଉଠାଇନେଲା ଦିଗପହଣ୍ଡି ପୋଲିସ । ଭୁବନେଶ୍ୱର ଖଣ୍ଡଗିରି OSRTC ଡିପୋରେ ଥିଲା ଡ୍ରାଇଭର । ଖବର ପାଇ ଭରତପୁର ପୋଲିସ ସହାୟତାରେ ଉଠାଇନେଲା । ଦିଗପହଣ୍ଡିରେ ଗତକାଲି ବିଲମ୍ବିତ ରାତିରେ ଏକ କନ୍ୟା ଯାତ୍ରୀ ବସକୁ ଏକ ଓଏସଆରଟିସି ବସ୍ ଧକ୍କା ଦେଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାରେ ପଚରାଉଚରା ପାଇଁ ଓଏସଆରଟିସି ବସ ଡ୍ରାଇଭରକୁ ଉଠାଇ ନେଇଛି ପୋଲିସ।
ଅନ୍ୟପଟେ ବସ୍ ଦୁର୍ଘଟଣା ନେଇ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ମିନି ବସର ନଥିଲା ପରମିଟ୍ । ୨୫ ବର୍ଷ ତଳର ପୁରୁଣା ଗାଡ଼ି ଗାଇଡଲାଇନର ଉଲ୍ଲଂଘନ କରି ଚାଲୁଥିଲା। ଯାତ୍ରୀ ନେବା ପାଇଁ ମିନି ବସକୁ ଅନୁମତି ନଥିଲା। ଯେଉଁ ରୁଟରେ ଗାଡ଼ି ଗଡୁଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ ଥିଲା । ପୁରୁଣା ଗାଡ଼ି ଯୋଗୁଁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା।
ବସ ମାଲିକଙ୍କ ଖାମ ଖିଆଲି ମନୋଭାବ ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଛି। ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ବିନା ପରମିଟରେ ଚାଲୁଥିବା ଗାଡ଼ି ଉପରେ ନଜର ରଖିବା ସହ ଖୁବଶୀଘ୍ର ଆସିପାରେ ଗାଇଡଲାଇନ ।