ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଢେଙ୍କାନାଳ: ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣଙ୍କ ମହାବିରୋଡ଼ ଥାନା ବାମ ପଞ୍ଚାୟତ ଅନ୍ତର୍ଗତ ଗୋବରୀ ମୁଣ୍ଡାସାହିର ସୁରୁ ମୁଣ୍ଡା। ସୁରୁ ଭୋର ସମୟରୁ ମହୁଲ ଫୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲ ନିକଟକୁ ଯାଇଥିଲେ। ସେଠାରେ ମହୁଲ ଫୁଲ ଗୋଟାଉଥିବା ବେଳେ ଦନ୍ତା […]

ଢେଙ୍କାନାଳ: ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣଙ୍କ ମହାବିରୋଡ଼ ଥାନା ବାମ ପଞ୍ଚାୟତ ଅନ୍ତର୍ଗତ ଗୋବରୀ ମୁଣ୍ଡାସାହିର ସୁରୁ ମୁଣ୍ଡା। ସୁରୁ ଭୋର ସମୟରୁ ମହୁଲ ଫୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲ ନିକଟକୁ ଯାଇଥିଲେ। ସେଠାରେ ମହୁଲ ଫୁଲ ଗୋଟାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ ସୁରୁ । ଦନ୍ତା ହାତୀଟି ତାଙ୍କୁ କଚାଡି ମାରିଥିଲା। ତେବେ ଘଟଣା ସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ତାଙ୍କର କ୍ଷତବିକ୍ଷତ ମୃ ଦେହ ଗାଁ ପାଖ ଜଙ୍ଗଲ ନିକଟରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ମହାବୀରୋଡ଼ ଥାନା ପୋଲିସ ଏବଂ ବନ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ତେବେ ହାତୀ ଆତଙ୍କକୁ ନେଇ ଅଞ୍ଚଳବାସି ଆତଙ୍କିତ ଥିବା ଜଣାପଡିଛି।

About The Author: The Sakala