ପାଇପରେ ଚାପିହୋଇ ଜଣେ କଟର୍ ଶ୍ରମିକଙ୍କ ମୃତ୍ୟୁ

ଓଡାପଡା: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଲାନକୋ କାରଖାନାରେ ସୋମବାର ଏକ ଅଘଟଣ ଘଟିଛି। ପାଓ୍ବାରପ୍ଲାଣ୍ଟରେ ପାଇପରେ ଚାପିହୋଇ ଜଣେ କଟର୍ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ଶ୍ରମିକଙ୍କ ନାମ ଓକିମ୍ ବୟସ ୪୧ ବର୍ଷ। ଲାନକୋରେ ଲୁହା କାଟିବା ପାଇଁ ଉତ୍ତରପ୍ରଦେଶର ଶାହାରଣପୁର ଅଞ୍ଚଳରୁ ଆସିଥିବା ଶ୍ରମିକ ମାନଙ୍କ ସହିତ ଆସିଥିବା ଉକ୍ତ ଶ୍ରମିକ ଚେନ୍ନାରଷ୍ଟିଲ ଠିକାସଂସ୍ଥାରେ ଆଜି ପୂର୍ବାହ୍ନରେ ଟିଜିରୁ ପମ୍ପହାଉସକୁ ଯାଇଥିବା ପାଇପଲାଇନ ମଧ୍ୟରେ ପଶି ପାଇପ କାଟୁଥିବା ସମୟରେ ଦୁର୍ଘଟଣା ଘଟିଥିଲା […]

ଓଡାପଡା: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଲାନକୋ କାରଖାନାରେ ସୋମବାର ଏକ ଅଘଟଣ ଘଟିଛି। ପାଓ୍ବାରପ୍ଲାଣ୍ଟରେ ପାଇପରେ ଚାପିହୋଇ ଜଣେ କଟର୍ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ଶ୍ରମିକଙ୍କ ନାମ ଓକିମ୍ ବୟସ ୪୧ ବର୍ଷ। ଲାନକୋରେ ଲୁହା କାଟିବା ପାଇଁ ଉତ୍ତରପ୍ରଦେଶର ଶାହାରଣପୁର ଅଞ୍ଚଳରୁ ଆସିଥିବା ଶ୍ରମିକ ମାନଙ୍କ ସହିତ ଆସିଥିବା ଉକ୍ତ ଶ୍ରମିକ ଚେନ୍ନାରଷ୍ଟିଲ ଠିକାସଂସ୍ଥାରେ ଆଜି ପୂର୍ବାହ୍ନରେ ଟିଜିରୁ ପମ୍ପହାଉସକୁ ଯାଇଥିବା ପାଇପଲାଇନ ମଧ୍ୟରେ ପଶି ପାଇପ କାଟୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । କୌଣସି କାରଣ ବସତଃ ପାଇପ ସହିତ ମାଟି ଅତଡା ଖସି ଚାପି ହୋଇ ମୃତ୍ୟୁ ହୋଇଥିଲା । ମୋଟଙ୍ଗାଥାନା ଅଧିକାରୀ ନିରଞ୍ଜନ ସେଠୀଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ପାଇପମଧ୍ୟରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ବିନା ସୁରକ୍ଷା ସରଞ୍ଜାମରେ କାମ କରାଇବା ଦ୍ବାରା ଏହିପରି ଅଘଟଣ ଘଟିଲା ବୋଲି ଆଞ୍ଚଳିକ ଭାରତୀୟ ମଜଦୁର ସଂଘର ସଭାପତି ଦୁଷ୍ମନ୍ତ କୁମାର ରଣା କ୍ଷୋଭ ପ୍ରକାଶ କରିଛନ୍ତି ।

About The Author: The Sakala