ଗିରଫ ହେଲେ ନକଲି ଡାକ୍ତର, ଲକ୍ଷାଧିକ ଟଙ୍କାର ଔଷଧ ଜବତ

ଦେବଗଡ଼: ରାଜ୍ୟ ସରକାର ମେଡିକାଲଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ମେଡିକାଲରେ ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବ୍ୟାହତ ହେଉଛି। ଏହାର ସୁଯୋଗ ନେଇ ନକଲି ଡାକ୍ତର ବା କ୍ୱାକମାନେ ଗାଁ ଗହଳିରେ ମାଳ ମାଳ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଛନ୍ତି। ଦେବଗଡ଼ ଜିଲ୍ଲା ଟିପିସିଙ୍ଗା ଗାଁରୁ ଜଣେ ନକଲି ଡାକ୍ତର ବନ୍ଧା ହୋଇଛନ୍ତି । ଗିରଫ ଅଭିଯୁକ୍ତ ପଶ୍ଚିମବଙ୍ଗର । ଗିରଫ ଅଭିଯୁକ୍ତର ନାଁ ଅର୍ଣ୍ଣବ ମଣ୍ଡଳ […]

ଦେବଗଡ଼: ରାଜ୍ୟ ସରକାର ମେଡିକାଲଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ମେଡିକାଲରେ ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବ୍ୟାହତ ହେଉଛି। ଏହାର ସୁଯୋଗ ନେଇ ନକଲି ଡାକ୍ତର ବା କ୍ୱାକମାନେ ଗାଁ ଗହଳିରେ ମାଳ ମାଳ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଛନ୍ତି। ଦେବଗଡ଼ ଜିଲ୍ଲା ଟିପିସିଙ୍ଗା ଗାଁରୁ ଜଣେ ନକଲି ଡାକ୍ତର ବନ୍ଧା ହୋଇଛନ୍ତି । ଗିରଫ ଅଭିଯୁକ୍ତ ପଶ୍ଚିମବଙ୍ଗର । ଗିରଫ ଅଭିଯୁକ୍ତର ନାଁ ଅର୍ଣ୍ଣବ ମଣ୍ଡଳ ବୋଲି ଜଣାପଡ଼ିଛି। ଅର୍ଣ୍ଣବଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ । କୌଣସି ମେଡିକାଲ ପାଠପଢ଼ି ନାହାନ୍ତି। ତାଙ୍କୁ ନିକଟରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଛି ପୁଲିସ ।

About The Author: The Sakala