ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରୁ ମାଈ ହାତୀ ଛୁଆର ମୃତଦେହ ଠାବ

ବାରିପଦା: ରବିବାର ସକାଳେ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଧୀନସ୍ଥ ଗୋଲାମୁଣ୍ଢାକାଟା ନିକଟରେ ଏହି ହାତୀର ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହାତୀଟିର ବୟସ ପ୍ରାୟ ୫ ବର୍ଷ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦଦ […]

ବାରିପଦା: ରବିବାର ସକାଳେ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅଧୀନସ୍ଥ ଗୋଲାମୁଣ୍ଢାକାଟା ନିକଟରେ ଏହି ହାତୀର ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହାତୀଟିର ବୟସ ପ୍ରାୟ ୫ ବର୍ଷ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ହାତୀ ପଲ ବୁଲୁଥିବାର ସୂଚନା ରହିଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ହଠାତ୍ ହାତୀଟିର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ଏହି ହାତୀକୁ ମିଶାଇ ବାଙ୍ଗରିପୋଷି ରେଞ୍ଜରେ ଏଇ କିଛି ମାସ ଭିତରେ ୩ଟି ହାତୀର ମୃତ୍ୟୁହୋଇ ସାରିଲାଣି ।

About The Author: The Sakala