ପ୍ରତି ଶନିବାର ସାଧାରଣ ଲୋକଙ୍କ ପାଇଁ ଖୋଲାରହିବ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛି। ହାଇକୋର୍ଟକୁ ସ୍କୁଲ କଲେଜ ପିଲାମାନେ ପରିଦର୍ଶନ କରି ବିଭିନ୍ନ ଅଦାଲତି ପ୍ରକ୍ରିୟା ସମ୍ପର୍କରେ ଅବଗତ ହେବାର ସୌଭାଗ୍ୟ ଲାଭ କରିଆସୁଛନ୍ତି। ଏବେ ସାଧାରଣ ଲୋକେ ମଧ୍ୟ ହାଇକୋର୍ଟ ପରିଦର୍ଶନ କରିବା ପାଇଁ ଗାଇଡେଡ୍‌‌ ଟୁର୍‌‌ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି। ଆସନ୍ତା ୫ ତାରିଖ ଶନିବାରଠାରୁ ଏହା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରତି ଶନିବାର (ଘୋଷିତ ଛୁଟିଦିବସ ବ୍ୟତୀତ) ସାଧାରଣ ଲୋକେ ଦୁଇଟି […]

କଟକ: ଓଡ଼ିଶା ହାଇକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛି। ହାଇକୋର୍ଟକୁ ସ୍କୁଲ କଲେଜ ପିଲାମାନେ ପରିଦର୍ଶନ କରି ବିଭିନ୍ନ ଅଦାଲତି ପ୍ରକ୍ରିୟା ସମ୍ପର୍କରେ ଅବଗତ ହେବାର ସୌଭାଗ୍ୟ ଲାଭ କରିଆସୁଛନ୍ତି। ଏବେ ସାଧାରଣ ଲୋକେ ମଧ୍ୟ ହାଇକୋର୍ଟ ପରିଦର୍ଶନ କରିବା ପାଇଁ ଗାଇଡେଡ୍‌‌ ଟୁର୍‌‌ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି। ଆସନ୍ତା ୫ ତାରିଖ ଶନିବାରଠାରୁ ଏହା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରତି ଶନିବାର (ଘୋଷିତ ଛୁଟିଦିବସ ବ୍ୟତୀତ) ସାଧାରଣ ଲୋକେ ଦୁଇଟି ସିଫ୍ଟରେ ପରିଦର୍ଶନ କରିବାର ବ୍ୟବସ୍ଥା ହୋଇଛି। ପ୍ରତି ଟୁର୍‌‌ ବା ସିଫ୍ଟରେ ମାତ୍ର ୪୦ ଜଣ ଏକକାଳୀନ ପରିଦର୍ଶନ କରିପାରିବେ। ପ୍ରଥମ ସିଫ୍ଟ ଦିନ ୧୦ଟାରୁ ସାଢ଼େ ୧୧ଟା ଓ ଦ୍ୱିତୀୟ ସିଫ୍ଟ ସାଢ଼େ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରହିବ। ଉପରୋକ୍ତ ସମୟ ଭିତରେ ପରିଦର୍ଶନ ସମ୍ପନ୍ନ ହେବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି। ଏହି ଟୁର୍‌‌ ବା ପରିଦର୍ଶନ ହାଇକୋର୍ଟର ପ୍ରାଧିକୃତ ଅଧିକାରୀଙ୍କ ତତ୍ତ୍ୱାବଧାନରେ କରାଯିବ।

ସାଧାରଣ ଲୋକେ ହାଇକୋର୍ଟର ବିଭିନ୍ନ ବିଲ୍‌‌ଡିଂ, ମାମଲା ପରିଚାଳନା ପ୍ରକୋଷ୍ଠ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଅଦାଲତ କାର୍ଯ୍ୟ ପରିଚାଳନା ସମ୍ପର୍କରେ ଅବଗତ ହୋଇପାରିବେ। ଆଜିଠାରୁ ଏହାର ପଞ୍ଜୀକରଣ ଆରମ୍ଭ ହୋଇଛି। ଭିଜିଟର ବା ପରିଦର୍ଶକଙ୍କ ପଞ୍ଜୀକରଣ ଓ ପାସ୍‌‌ ପ୍ରଦାନ ନିମନ୍ତେ ହାଇକୋର୍ଟ କପି ସେକ୍ସନ ନିକଟରେ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି। ପ୍ରତି କାର୍ଯ୍ୟ ଦିବସର ଦିନ ୨ଟାରୁ ୫ଟା ମଧ୍ୟରେ ଏହି ପଞ୍ଜୀକରଣ ହେବା ସହ ପାସ୍‌‌ ପ୍ରଦାନ କରାଯିବ। ତେବେ ଏଥିପାଇଁ ଖୁବ୍‌‌ଶୀଘ୍ର ଅନ୍‌‌ଲାଇନ ବୁକିଂ ବ୍ୟବସ୍ଥା ପ୍ରଚଳନ ହେବ। ଯାହାଦ୍ୱାରା ଇଚ୍ଛୁକ ବ୍ୟକ୍ତି ଅନ୍‌‌ଲାଇନରେ ହାଇକୋର୍ଟ ପରିଦର୍ଶନ ପାଇଁ ସ୍ଲଟ୍‌‌ ବୁକିଂ କରିପାରିବେ। ସାଧାରଣ ଲୋକଙ୍କୁ ନ୍ୟାୟାଳୟର ନିକଟତର କରାଇବା ଓ ଅଦାଲତ କାର୍ଯ୍ୟ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ଏଭଳି ଅଭିନବ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଛାତ୍ରଛାତ୍ରୀ ମାନେ ହାଇକୋର୍ଟ ପରିଦର୍ଶନ କରିବା ସମୟରେ ଆଇନଜୀବୀ ସେମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି। ଏପରିକି ବିଚାରପତିଙ୍କ ସହ ଛାତ୍ରଛାତ୍ରୀ ମାନେ ଭାବ ବିନିମୟ କରିଆସୁଛନ୍ତି।

About The Author: The Sakala