କଟକ: କ୍ୟାରି ବ୍ୟାଗ୍ ପାଇଁ ଫାଇନ୍ ଦେଲା ସପିଙ୍ଗ୍ ମଲ୍ । ମାତ୍ର ୬ ଟଙ୍କାର କ୍ୟାରି ବ୍ୟାଗ୍ ପାଇଁ ସପିଙ୍ଗ୍ ମଲକୁ ଗଣିବାକୁ ପଡ଼ିଛି ୨୫ ହଜାର ଟଙ୍କା। ୬ ଟଙ୍କାର କ୍ୟାରି ବ୍ୟାଗ ଧରାଇ ଗ୍ରାହକଙ୍କୁ ହନ୍ତସନ୍ତ କରୁଥିବା କଟକର ଏକ ସପିଙ୍ଗ୍ ମଲକୁ କଟକ ଜିଲ୍ଲା ଖାଉଟି ଅଦାଲତ ୨୫ ହଜାର ଟଙ୍କା ଫାଇନ୍ କରିଛନ୍ତି। କଟକର ଜଣେ ଗ୍ରାହକ ଦୋଳମୁଣ୍ଡାଇ ଅଞ୍ଚଳରେ ଥିବା ବଜାର କୋଲକାତା ନାମକ ସପିଙ୍ଗ୍ ମଲକୁ ପୋଷାକ କିଣିବା ବେଳେ ତାଙ୍କୁ କ୍ୟାରି ବ୍ୟାଗ ନେବେ କି ନାହିଁ ପଚରା ଯାଇଥିଲା । ଏପରିକି ଏଥିପାଇଁ ଟଙ୍କା ପଡ଼ିବ ବୋଲି କାଉଣ୍ଟରରେ ଥିବା କର୍ମଚାରୀ କହିନଥିଲେ।
ପୂରା ମଲରେ ମଧ୍ୟ ଏ ସମ୍ପର୍କରେ କୌଣସି ସ୍ଥାନରେ ସୂଚନା ନ ଥିଲା । ଫଳରେ ଅସନ୍ତୁଷ୍ଟ ହୋଇ ଗ୍ରାହକ ଦୋକାନୀଙ୍କ ସହ ଯୁକ୍ତିତର୍କ କରିବା ପରେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଅଦାଲତ ମାମଲା ବିଚାର କରି ସଂପୃକ୍ତ ମଲକୁ ଏକ ମାସ ମଧ୍ୟରେ ୨୫ ହଜାର ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫାଇନ ବାବଦରେ ୧୦ ହଜାର ଓ ଅଦାଲତି ଖର୍ଚ୍ଚ ବାବଦରେ ଆଉ ୧୫ ହଜାର ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କଟକ ଖାଉଟି ଅଦାଲତଙ୍କ ଏଭଳି ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ସାଧାରଣ ଗ୍ରାହକା।