ଓଲିଉଡ଼ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ପରଲୋକ

କଟକ: ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର। ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ପରଲୋକ ଘଟିଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି। କିଛିଦିନ ହେବ ସେ କୋଭିଡରେ ଆକ୍ରାନ୍ତ ଥିଲେ। ତେବେ ଆଜି ତାଙ୍କ ଦେହ ଭୀଷଣ ଖରାପ ହେବାରୁ ମେଡିକାଲ ନେବା ବାଟରେ ଶାନ୍ତିରାଜଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ଖବର ଶୁଣି ସ୍ତବ୍ଧ […]

କଟକ: ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର। ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ପରଲୋକ ଘଟିଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି। କିଛିଦିନ ହେବ ସେ କୋଭିଡରେ ଆକ୍ରାନ୍ତ ଥିଲେ। ତେବେ ଆଜି ତାଙ୍କ ଦେହ ଭୀଷଣ ଖରାପ ହେବାରୁ ମେଡିକାଲ ନେବା ବାଟରେ ଶାନ୍ତିରାଜଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ଖବର ଶୁଣି ସ୍ତବ୍ଧ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ଦୁନିଆ । ବହୁ ବିଶିଷ୍ଟ ବ୍ୟକ୍ତି ଶାନ୍ତିରାଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସେ ବହୁ ଆଲବମ ଓ ଓଲିଉଡରେ ସଙ୍ଗୀତ ନିର୍ଦେଶନା ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲେ। ଶାନ୍ତିରାଜ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଧନରେ ରଖିବୁ ଶପଥ ମୋର, ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର, ଫେରିଆ ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାର ରୁ ଅଧିକ ଆଲବମ ଗୀତରେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ  ଶାନ୍ତିରାଜ ଫେରିଆ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

About The Author: The Sakala