ଦେଖନ୍ତୁ କଟକ ପୁଅର ଭାଇରାଲ ଡ୍ୟାନ୍ସ, ନାଚ ଦେଖି ପ୍ରଶଂସା କଲେ ହ୍ରିତିକ୍‌ ରୋଶନ...

କଟକ: ବାଦାମବାଡି ସରକାରୀ ୟୁପି ସ୍କୁଲରେ ଶିଶୁ ଦିବସ ପାଳନ ହେଉଥାଏ। ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ନୃତ୍ୟ କରିବାକୁ କୁହାଯାଇଥିଲା ୫ମ ଶ୍ରେଣୀର ଛାତ୍ର ମିକୁନ ନାୟକଙ୍କୁ। ୧୦ବର୍ଷର ଶିଶୁ ମିକୁନ କୁନିକୁନି ପାଦରେ ବଲିଉଡ୍‌ ମିଶା ହିପ୍‌-ପପ୍‌ ନୃତ୍ୟ କରିଥିଲେ। ଜଣେ ଶିକ୍ଷକ ମିକୁନଙ୍କ ନାଚିବା ବେଳର ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଅପଲୋଡ୍‌ କରିବା ପରେ ନିଆଁ ଭଳି ଭିଡିଓ ବ୍ୟାପି ଯାଇଥିଲା। ୬ ଦିନ ତଳର ଭିଡିଓକୁ ୬ଲକ୍ଷ ଦର୍ଶକ ସାମାଜିକ ଗଣମାଧ୍ୟମରେ ପସନ୍ଦ କରିଥିବା ବେଳେ ଏଥିରେ କମେଣ୍ଟ ଦେଇଛନ୍ତି ଦେଶର ଅନେକ ନାମିଦାମୀ କଳାକାର। ଖୋଦ୍ ବଲିଉଡ ଅଭିନେତା ହ୍ରିତିକ ରୋଶନ କମେଣ୍ଟ ଜରିଆରେ ମିକୁନଙ୍କ ନୃତ୍ୟକୁ ପ୍ରଶଂସା କରିଛନ୍ତି।

https://www.instagram.com/reel/DRE_aojidB6/?utm_source=ig_web_copy_link&igsh=MzRlODBiNWFlZA==

ଡ୍ୟାନ୍ସର ଧନଶ୍ରୀ ବର୍ମା, କାଏଡେନ ଶର୍ମା, ଆୱେଜ ଦରବାର ପ୍ରମୁଖ ପ୍ରଶଂସାର ବାର୍ତ୍ତା ଛାଡିଛନ୍ତି ଏହି ଭାଇରାଲ ଭିଡିଓରେ। ଶଙ୍କରପୁର ଡିହସାହି ଅଞ୍ଚଳର ଦିବାନି ନାୟକ ଏବଂ ଦେବକୀ ନାୟକଙ୍କ ପୁଅ ହେଉଛନ୍ତି ମିକୁନ୍‌। ବାପା ଜଣେ ଟ୍ରାକ୍ଟର ଡ୍ରାଇଭର। ଶଙ୍କରପୁର ବାରିକ ସାହି ଅଞ୍ଚଳରେ ଥିବା ଏସବି ଡ୍ୟାନ୍ସ ସେଭେନ୍‌ ନାମକ ଏକ ଅନୁଷ୍ଠାନରେ ମିକୁନ ନୃତ୍ୟ ଶିକ୍ଷା କରୁଛନ୍ତି। ପାଠପଢ଼ା ସହିତ ଜଣେ ଭଲ ନୃତ୍ୟ କରୁଥିବା ମିକୁନ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରଧାନଶିକ୍ଷକ ଅଜୟ କୁମାର ବାରିକ କହିଛନ୍ତି। 

About The Author: Deviprasad Mohanty