କଟକ: ଚୌଦ୍ୱାର ବିରୂପା ବ୍ରିଜ ଉପରେ ଚପଲ ଏବଂ ସାଇକେଲ ଥୋଇ ଜଣେ ବ୍ଯକ୍ତି ବ୍ରିଜ ଉପରୁ ନଦୀ ଗର୍ଭକୁ ଡେଇଁପଡ଼ିଥିବା ଜଣାପଡ଼ିଛି । ଏନେଇ ପୁଲିସକୁ ସୂଚନା ଦେଇଛନ୍ତି ଦୂରରେ ଥାଇ ଦେଖିଥିବା ଆଉ ଜଣେ ବ୍ୟକ୍ତି । ନିଖୋଜ ବ୍ୟକ୍ତି କିଏ ଓ କାହିଁକି ନଦୀ ଗର୍ଭକୁ ଡେଇଁପଡ଼ିଲେ, ତାହାର କୌଣସି ତଥ୍ୟ ପୁଲିସ ହାତରେ ଲାଗିନାହିଁ । ସେପଟେ ନିଖୋଜ ଥିବା ବ୍ୟକ୍ତିଙ୍କ ପତ୍ତା ମଧ୍ୟ ମିଳିପାରିନି । ଖବର ପାଇ ଜଗତପୁର ପୁଲିସ ଓ ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।
ଅନ୍ଯପକ୍ଷରେ ଘଟଣା ସ୍ଥଳରେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଓଡ୍ରାଫ ଟିମ ସହିତ ଆଲୋଚନା କରିଛନ୍ତି ।