କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର: ଆଜି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଶେଷ ପାଳି ଯାତ୍ରାରେ ମା’ଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା। ଏହି ଅବସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ସହ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମାଆ ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇ ଥିବା ମା’ଙ୍କ ପାଳିଯାତ୍ରା ଆଜି ପଞ୍ଚମ ପାଳି ମଙ୍ଗଳବାରରେ ଝାମୁ ଯାତ୍ରା ପରେ ଏହି ପାଳିଯାତ୍ରା ଶେଷ ହୋଇଛି। ଚୈତ୍ର ମାସର ପ୍ରଥମ ମଙ୍ଗଳବାରରୁ […]

କାକଟପୁର: ଆଜି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଶେଷ ପାଳି ଯାତ୍ରାରେ ମା’ଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା। ଏହି ଅବସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ସହ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମାଆ ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇ ଥିବା ମା’ଙ୍କ ପାଳିଯାତ୍ରା ଆଜି ପଞ୍ଚମ ପାଳି ମଙ୍ଗଳବାରରେ ଝାମୁ ଯାତ୍ରା ପରେ ଏହି ପାଳିଯାତ୍ରା ଶେଷ ହୋଇଛି।

ଚୈତ୍ର ମାସର ପ୍ରଥମ ମଙ୍ଗଳବାରରୁ ମା’ଙ୍କ ପାଳି ଯାତ୍ରା ଆରମ୍ଭ ହୋଇ ବୈଶାଖ ମାସ ପ୍ରଥମ ମଙ୍ଗଳବାର ପର୍ଯ୍ୟନ୍ତ ପଞ୍ଚମ ପାଳିରେ  ମା’ଙ୍କ ପାଳିଯାତ୍ରା ଶେଷ ହେବା ସହ ମାଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ଭୋର ୩ଟାରୁ  ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପରେ ରାଜ ରାଜେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା । ଭୋର ୫ଟାରେ ସାହାଣମେଳା ପରେ ସାଧାରଣ ଦର୍ଶନ ପାଇଁ ପହଡ ଖୋଲିଥିଲା । ମାଙ୍କ ଦର୍ଶନ ପାଇଁ ଆଜି ପୀଠରେ ଲକ୍ଷାଧିକ ଭକ୍ତ ଭିଡ଼ ଦେଖିବାକୁ ମିଳିଛି  ।

About The Author: The Sakala