ପାରିବାରିକ କଳହର କରୁଣ ପରିଣତି: ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି

ଦିଗପହଣ୍ଡି: ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ । ଶୁକ୍ରବାର ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଭଞ୍ଜ ସାହିର ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ଼ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ପାରିବାରିକ କାରଣକୁ ନେଇ କିଛି ଦିନ ହେଲା ବଚସା ଲାଗି ରହିଥିଲା । ସନ୍ତୋଷଙ୍କ ଘରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ନୟନିଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ମୃତ […]

ଦିଗପହଣ୍ଡି: ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ । ଶୁକ୍ରବାର ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଭଞ୍ଜ ସାହିର ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ଼ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ପାରିବାରିକ କାରଣକୁ ନେଇ କିଛି ଦିନ ହେଲା ବଚସା ଲାଗି ରହିଥିଲା । ସନ୍ତୋଷଙ୍କ ଘରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ନୟନିଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ଘଟଣାସ୍ଥଳରେ ପୋଲସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

About The Author: The Sakala