ଭୁବନେଶ୍ବର: ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କରାଯାଇଛି। । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଆଇନରେ ସଂଶୋଧନ କରାଯାଇଛି । ଏଣିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ବେଳେ ରାଜନୈତିକ ଦଳ ନିଜର ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରି ସେମାନଙ୍କ ନାଁ ଦେବେ । ଭୋଟିଂ ବେଳେ ବିଭିନ୍ନ ଦଳର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ମାନେ ନିଜ ଦଳ ତରଫରୁ ନିୟୋଜିତ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବେ । ଆଉ ଏହି ନିୟମ ଦ୍ୱାରା କ୍ରସ ଭୋଟିଂର ଆଶଙ୍କା ଯଥେଷ୍ଟ କମିଯିବ । ଯେହେତୁ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ଦଳୀୟ ଚିହ୍ନରେ ଲଢାଯାଉଛି ତେଣୁ ନିର୍ବାଚିତ ସଭ୍ୟ ମାନେ ଦଳ ବିରୋଧରେ ଯାଇ ଭୋଟ ଦେବା ଏବେ ମହଙ୍ଗା ପଡିବ । ଏପରିକି ଆଇନଗତ ଲଢେଇରେ ନିର୍ବାଚିତ ପ୍ରାର୍ଥୀଙ୍କ ସଭ୍ୟ ପଦ ମଧ୍ୟ ରଦ୍ଦ ହୋଇପାରେ ।
ଜିଲ୍ଲା ପରିଷଦ ଆଇନରେ ସଂଶୋଧନ : ଏଣିକି କମିବ କ୍ରସ ଭୋଟିଂର ଆଶଙ୍କା
ଭୁବନେଶ୍ବର: ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କରାଯାଇଛି। । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଆଇନରେ ସଂଶୋଧନ କରାଯାଇଛି । ଏଣିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ବେଳେ ରାଜନୈତିକ ଦଳ ନିଜର ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରି ସେମାନଙ୍କ ନାଁ ଦେବେ । ଭୋଟିଂ ବେଳେ ବିଭିନ୍ନ ଦଳର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ମାନେ ନିଜ ଦଳ ତରଫରୁ ନିୟୋଜିତ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବେ […]