ନୟାଗଡ: ମହିଳାଙ୍କୁ ପୋଲିସ SDPOଙ୍କ ମାମଲା ରଫାଦଫା ପାଇଁ ଫେଭର ମାଗିବା ଘଟଣା । ବଦଳିଲେ ଖଣ୍ଡପଡାର ବିବାଦୀୟ SDPO ମଦନ ମୋହନ ପ୍ରଧାନ । ନୟାଗଡ଼ ଖଣ୍ଡପଡା SDPO ମଦନ ମୋହନ ପ୍ରଧାନଙ୍କ ନାଁ ରେ ଫତେଗଡ଼ ଥାନାରେ ମାମଲା ରୁଜୁ ହେବାପରେ ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ SDPO ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।
ଜଣେ ମହିଳା SDPO ଙ୍କ ବିରୋଧରେ ଥାନା ମାମଲା ରଫାଦଫା କରିବା ବାହାନାରେ ହ୍ଵାଟ୍ସଆପ୍ରେ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ ଅସଦାଚରଣ କରିବା ନେଇ ଅଭିଯୋଗ କରିଥିଲେ । ଯାହାର ଅଡିଓ ରେକଡିଂ ଭାଇରାଲ ହୋଇଥିଲା । ରେକଡିଂ ଭାଇରାଲ ପରେ ମହିଳା ଜଣଙ୍କ ହାଇକୋର୍ଟ, ମାନବାଧିକାର କମିଶନର, ମହିଳା କମିଶନର ଓ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ମେସେଞ୍ଜରରେ ମଧ୍ୟ sdpo ମେସେଜ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ମାମଲାକୁ ନେଇ ଖଣ୍ଡପଡା SDPO ଙ୍କୁ ନୟାଗଡ଼ ହେଡ କ୍ବାଟରକୁ ବଦଳି କରାଯାଇଛି ଏବଂ ନୟାଗଡ଼ ହେଡ କ୍ବାଟରର SDPO ସୁଦୀପ୍ତ କୁମାର ସାହୁଙ୍କୁ ଖଣ୍ଡପଡ଼ା ଦାୟିତ୍ବ ଦିଆଯାଇଛି ।