ଆଗେଇଲା କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା, ୨୦ ଓ ୨୨ରେ ଡକ୍ୟୁମେଣ୍ଟ ଯାଞ୍ଚ

ଭୁବନେଶ୍ୱର: ରାଜ୍ୟରେ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ନିଯୁକ୍ତି ପ୍ରକ୍ରିୟା। ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି କ୍ରମରେ ଆସନ୍ତା ୨୦ ଏବଂ ୨୨ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ୨୦ ତାରିଖରେ କ୍ୟାଟାଗୋରୀ-୧ ଏବଂ ୨୨ ତାରିଖରେ କ୍ୟାଟାଗୋରୀ-୨ର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୩୦ ଜିଲ୍ଲାରେ ହେବାକୁ ଥିବା ଯାଞ୍ଚର ସ୍ଥାନ ମଧ୍ୟ ପ୍ରକାଶ କରାଯାଇଛି। ଏନେଇ ଆଜି ଓଡ଼ିଶା ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି […]

ଭୁବନେଶ୍ୱର: ରାଜ୍ୟରେ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ନିଯୁକ୍ତି ପ୍ରକ୍ରିୟା। ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି କ୍ରମରେ ଆସନ୍ତା ୨୦ ଏବଂ ୨୨ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସୂଚନା ଅନୁଯାୟୀ, ୨୦ ତାରିଖରେ କ୍ୟାଟାଗୋରୀ-୧ ଏବଂ ୨୨ ତାରିଖରେ କ୍ୟାଟାଗୋରୀ-୨ର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୩୦ ଜିଲ୍ଲାରେ ହେବାକୁ ଥିବା ଯାଞ୍ଚର ସ୍ଥାନ ମଧ୍ୟ ପ୍ରକାଶ କରାଯାଇଛି। ଏନେଇ ଆଜି ଓଡ଼ିଶା ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୨୦୨୩ ଅଗଷ୍ଟ ୨୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଂକଳ୍ପ ପତ୍ର ନମ୍ବର ୨୦୩୩୬ରେ ଜାରି ହୋଇଥିବା ପ୍ରୋଭିଜିନାଲ ମେରିଟ୍‌‌ ଲିଷ୍ଟ ଆଧାରରେ ନିଯୁକ୍ତ କରାଯିବ। ଦିଆଯାଇଥିବା ଧାର୍ଯ୍ୟ ତାରିଖ ମଧ୍ୟରେ ପିଲାମାନେ ନିଜର ଡକ୍ୟୁମେଣ୍ଟ ଯାଞ୍ଚ କରାଇବେ। ନଚେତ୍‌‌ ଆଉ ସୁଯୋଗ ଦିଆଯିବ ନାହିଁ। ନିଜର କୌଣସି ତଥ୍ୟ ପ୍ରଦାନରେ ଭୁଲ୍‌‌ କରିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

About The Author: The Sakala