ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ। ୱାର୍ଡ ୱାଇଜ୍ ଭୋଟର ତାଲିକା ପ୍ରସ୍ତୁତ କରିଯିବ। ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷ ହୋଇଥିଲେ ତାଲିକାରେ ସାମିଲ ହେବାକୁ ଆବେଦନ କରିପାରିବେ। କେବଳର ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ। ୧୬ ନଭେମ୍ବରରେ ସମସ୍ତ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ। କୌଣସି ଦାବି କିମ୍ବା ଆପତ୍ତି, ଅଭିଯୋଗ ଥିଲେ […]

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ। ୱାର୍ଡ ୱାଇଜ୍ ଭୋଟର ତାଲିକା ପ୍ରସ୍ତୁତ କରିଯିବ। ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷ ହୋଇଥିଲେ ତାଲିକାରେ ସାମିଲ ହେବାକୁ ଆବେଦନ କରିପାରିବେ। କେବଳର ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ।

୧୬ ନଭେମ୍ବରରେ ସମସ୍ତ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ। କୌଣସି ଦାବି କିମ୍ବା ଆପତ୍ତି, ଅଭିଯୋଗ ଥିଲେ ନଭେମ୍ବର ୨୩ ତାରିଖ ସୁଦ୍ଧା ଇଲେକଟ୍ରୋରାଲ ରେଜିଷ୍ଟ୍ରଆର ଅଫିସରଙ୍କ ନିକଟରେ ଆବେଦନ କରିପାରିବେ। ୨୪ରୁ ୨୬ ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଯାଞ୍ଚ କରିବେ। ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନଙ୍କର ଅସନ୍ତୋଷ ଥିବ ସେମାନେ ୨୯ରୁ ୩୦ ନଭେମ୍ବର ମଧ୍ୟରେ ବିଡ଼ିଓଙ୍କ ପାଖରେ ଆବେଦନ କରିପାରିବେ। ୧ରୁ ୨ ଡିସେମ୍ବର ମଧ୍ୟରେ ବିଡ଼ିଓ ଅଭିଯୋଗର ଯାଞ୍ଚ କରି ନିଷ୍ପତ୍ତି ନେବେ। ୬ ଡିସେମ୍ବରରେ ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ । ୧୪ ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ । ୧୪ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ଚାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିପାରେ ଭୋଟ ଗ୍ରହଣ ସମୟ। ସକାଳ ୭ରୁ ୧୨ଟା ପର୍ଯ୍ଯନ୍ତ ଭୋଟ ଗ୍ରହଣ ହେଉଥିଲା। ହେଲେ ଏଥର ଗଣତି ବୁଥରେ ନ ହୋଇ ବ୍ଲକରେ ହେବାକୁ ଥିବାରୁ ଭୋଟ ଗ୍ରହଣ ଅବଧି ବଢାଇବାକୁ ରାଜନୈତିକ ଦଳ ଦାବି କରିଥିଲେ। ଗତ ୬ ତାରିଖରେ ବସିଥିବା ସର୍ବଦଳୀୟ ବୈଠକରେ ଭୋଟ ଗ୍ରହଣ ଅବଧି ସହ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ବୃଦ୍ଧି କରିବାକୁ ବି ଦାବି ହୋଇଥିଲା।

About The Author: The Sakala