ରୋଡ୍‌ ରୋମିଓ, ଲୁଟେରାଙ୍କୁ ଧରିବା ପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି କଲା କମିଶନରେଟ ପୁଲିସ୍‌

ଭୁବନେଶ୍ବର : ରୋମିଓ , ଲୁଟେରାଙ୍କୁ ଧରିବା ପାଇଁ ହ୍ୱାଟ୍ସଆପ ନମ୍ବର ଜାରି କଲା କମିଶନରେଟ୍ ପୁଲିସ। ରାଜଧାନୀ ଭୁବନେଶ୍ବରରେ ବଢିଚାଲିଥିବା ଲୁଟ୍‌ତରାଜ ଓ ରୋଡ୍‌ ରୋମିଓଙ୍କ ଉତ୍ପାତ ରୋକିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ହ୍ୱାଟ୍ସଆପ ନମ୍ବର ଜାରି କରାଯାଇଛି। କମିଶନରେଟ ପୁଲିସରୁ ହ୍ୱାଟ୍ସଆପ୍ ନମ୍ବର ହେଉଛି-୭୦୭୭୭୯୮୧୧୧ । କେହି ଯଦି ହଇରାଣ କରନ୍ତି, ତେବେ ଏହି ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଅଭିଯୋଗ କରିହେବ । ହ୍ୱାଟ୍ସଆପରେ ଅଭିଯୁକ୍ତ ବିଷୟରେ ଜଣାଇଲେ ନିଆଯିବ ଶକ୍ତ କାର୍ଯ୍ୟାନୁଷ୍ଠାନ […]

ଭୁବନେଶ୍ବର : ରୋମିଓ , ଲୁଟେରାଙ୍କୁ ଧରିବା ପାଇଁ ହ୍ୱାଟ୍ସଆପ ନମ୍ବର ଜାରି କଲା କମିଶନରେଟ୍ ପୁଲିସ। ରାଜଧାନୀ ଭୁବନେଶ୍ବରରେ ବଢିଚାଲିଥିବା ଲୁଟ୍‌ତରାଜ ଓ ରୋଡ୍‌ ରୋମିଓଙ୍କ ଉତ୍ପାତ ରୋକିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ହ୍ୱାଟ୍ସଆପ ନମ୍ବର ଜାରି କରାଯାଇଛି। କମିଶନରେଟ ପୁଲିସରୁ ହ୍ୱାଟ୍ସଆପ୍ ନମ୍ବର ହେଉଛି-୭୦୭୭୭୯୮୧୧୧ । କେହି ଯଦି ହଇରାଣ କରନ୍ତି, ତେବେ ଏହି ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଅଭିଯୋଗ କରିହେବ । ହ୍ୱାଟ୍ସଆପରେ ଅଭିଯୁକ୍ତ ବିଷୟରେ ଜଣାଇଲେ ନିଆଯିବ ଶକ୍ତ କାର୍ଯ୍ୟାନୁଷ୍ଠାନ । କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକମାନେ ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଜଣାଇପାରିବେ ।

ଏହା ପୂର୍ବରୁ ସାଇବର ଅପରାଧ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ସହାୟତା ନମ୍ବର ଜାରି ହୋଇଥିଲା । ସହାୟତା ନମ୍ବର ହେଉଛି-୭୪୪୦୦୦୬୭୦୯ । ଏହି ନମ୍ବରରେ ଅଭିଯୋଗ କରିଲେ ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ କେଉଁ ଆକାଉଣ୍ଟକୁ ଟଙ୍କା ଯାଇଥିବା ତାହାକୁ ବ୍ଲକ କରାଯିବ।  ଠକେଇ ଟଙ୍କା କୁଆଡେ ଯାଇଛି ଓ କେଉଁ ଆକାଉଣ୍ଟକୁ ଯାଉଛି ତାହା ଧରାଯିବ।

About The Author: The Sakala