ଜାଡ଼ରେ ଥରୁଛି ସାରା ଓଡ଼ିଶା, ଜି. ଉଦୟଗିରି ସବୁଠୁ ଥଣ୍ଡା…

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ପାରଦ। ରାଜ୍ୟରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୧୧  ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତାଠାରୁ କମ ରେକର୍ଡ କରାଯାଇଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ଜି. ଉଦୟଗିରିରେ ୪.୮ ଡିଗ୍ରୀ ରାତ୍ରି ତାପମାତ୍ରା […]

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ପାରଦ। ରାଜ୍ୟରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୧୧  ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତାଠାରୁ କମ ରେକର୍ଡ କରାଯାଇଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ଜି. ଉଦୟଗିରିରେ ୪.୮ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି।

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ କିମ୍ବା ତାଠାରୁ କମ ରେକର୍ଡ ସର୍ବନିମ୍ନ ରାତ୍ରି ତାପମାତ୍ରା

ଜି. ଉଦୟଗିରି ୪.୮ ଡିଗ୍ରୀ, ସେମିଳିଗୁଡା ୬.୮ ଡିଗ୍ରୀ, ରାଉରକେଲା ୭.୨ ଡିଗ୍ରୀ, ଫୁଲବାଣୀ ୭.୫ ଡିଗ୍ରୀ, ଝାରସୁଗୁଡା ୭.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫ ଡିଗ୍ରୀ, ଚିପିଲିମା ୯.୩ ଡିଗ୍ରୀ, କିରେଇ ୯.୯ ଡିଗ୍ରୀ, ସୁନ୍ଦରଗଡ଼ , ବଲାଙ୍ଗୀର ଓ ଭବନୀପାଟଣାରେ ତାପମାତ୍ରା ୧୦ ଡିଗ୍ରୀ ରହିଛି।

 

About The Author: The Sakala