କୋଭିଡ୍‍ ସ୍ଥିତି ଉପରେ ନଜର; ଆଜି ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡକୁ ନେଇ ଟିକେ ବି ଅବହେଳା ହେବନାହିଁ। ସେମିତି କିଛି ଜଟିଳ ପରିସ୍ଥିତି ହେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବ। ଆଜି ସବୁ ଜିଲ୍ଲାରେ ପ୍ରସ୍ତୁତିର ମକ୍‍ଡ୍ରିଲ୍‍ ହେବ। ଏହା ସହିତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତିର ସମୀକ୍ଷା କରିବେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ, ସିଡିଏମ୍ଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଅନ୍ୟ ପଟେ କୋଭିଡ୍‍ ସଂକ୍ରମଣ […]

ଭୁବନେଶ୍ୱର: କୋଭିଡକୁ ନେଇ ଟିକେ ବି ଅବହେଳା ହେବନାହିଁ। ସେମିତି କିଛି ଜଟିଳ ପରିସ୍ଥିତି ହେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବ। ଆଜି ସବୁ ଜିଲ୍ଲାରେ ପ୍ରସ୍ତୁତିର ମକ୍‍ଡ୍ରିଲ୍‍ ହେବ। ଏହା ସହିତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତିର ସମୀକ୍ଷା କରିବେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ, ସିଡିଏମ୍ଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

ଅନ୍ୟ ପଟେ କୋଭିଡ୍‍ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ କୋଭିଡ୍‍ ଗାଇଡ୍‍ଲାଇନ୍‍ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି। କୋଭିଡ୍‍ ନିୟମ ଅନୁସାରେ ଆଗକୁ ସମ୍ମେଟିଭ୍‍ ଓ ଯୁକ୍ତ ଦୁଇ ପରୀକ୍ଷା ଆୟୋଜିତ ହେବ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପିଲାମାନେ ଏବଂ କର୍ମଚାରୀ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମ ପାଳନ କରିବା ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଓଡ଼ିଶାର ସବୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‍ ପ୍ରସ୍ତୁତି ପାଇଁ ମକ୍‍ ଡ୍ରିଲ୍‍ ହେବ। କେତେ ପରିମାଣର ଔଷଧ ମହଜୁଦ ଅଛି, କେତେ ପିପିଇ କିଟ୍‍, ଟେଷ୍ଟିଂ କିଟ୍‍ ମହଜୁଦ ଅଛି ତାହାର ବିବରଣୀ ପ୍ରସ୍ତୁତ କରିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏହି ମକ୍‍ ଡ୍ରିଲ୍‍ ସମୟରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ। ସେହିପରି ଅମ୍ଳଜାନ୍‍ ସଂଯୋଗ ଥିବା ଶଯ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ। ପୂର୍ବ ଲହର ସମୟରେ ମିଳିଥିବା କିଟ୍‍ ପ୍ୟାକେଟ୍‍ ଖୋଲା ଯାଇଛି। ଅମ୍ଲଜାନ୍‍ ସିଲିଣ୍ଡର ସବୁ ପରୀକ୍ଷା କରାଯାଇଛି। ଆଇସିୟୁ, ଏଚ୍‍ଡିୟୁ ଆଦିକୁ ପ୍ରସ୍ତୁତ କରାଯାଉଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ପ୍ରାକ୍‍ ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ନେଇଛନ୍ତି।

ରାଜ୍ୟ ଔଷଧ ଭଣ୍ଡାରରେ ଏବେ ଆଗାମୀ ଏକ ମାସ ପାଇଁ କୋଭିଡ୍‍ ଔଷଦ ମହଜୁଦ ଅଛି। ଯଦି ପରିସ୍ଥିତି ଖରାପ ହୁଏ ତା ହେଲେ ଅଧିକ ଔଷଧ ମଗାଇବା ପାଇଁ ଯୋଗାଣ ସଂସ୍ଥା ସହିତ ଆଲୋଚନା ହୋଇଛି। ଅପରପକ୍ଷେ ରାଜ୍ୟ ସରକାର ଏବେ ପୁନଃ ଟିକାକରଣ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍‍ଲାଇନ୍‍ ତଥା ଟିକା ଆସିବାକୁ ଅପେକ୍ଷା କରିଛନ୍ତି। ରାଜ୍ୟରେ ବୁଷ୍ଟର ଡୋଜ୍‍ ନେଇଥିବା ୬୦% ଲୋକଙ୍କୁ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ।

About The Author: The Sakala