ଭାରୋତ୍ତୋଳନରେ ଓଡ଼ିଶା ଝିଅ ଝିଲି ଦଳବେହେରାକୁ ସ୍ୱର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଝିଲ୍ଲି ଦଳ ବେହାରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି। ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି। Congratulations to #Odisha's Jhilli Dalabehera on bagging gold medal in the 45kg women category at the Senior Asian Weightlifting Championship in Tashkent, Uzbekistan. Wish her all […]

ଭୁବନେଶ୍ୱର: ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଝିଲ୍ଲି ଦଳ ବେହାରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି। ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି।

ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଆଜ ସିଲଭର ପଦକ ପାଇଛନ୍ତି । ଏହା ବ୍ୟତୀତ ସେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି ।

ସେପଟେ ଝିଲ୍ଲି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ରାଜ୍ୟ କ୍ରୀଡ଼ା ବିଭାଗ ଶୁଭେଛା ଜଣାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଝିଲ୍ଲିଙ୍କୁ ଶୁଭେଛା ବାର୍ତ୍ତା ଦେବା ସହ ଭବିଷ୍ୟତ ପାଇଁ କାମନା କରିଛନ୍ତି। ଏବଂ ରାଜ୍ୟ ଆଜି ଝଲ୍ଲିଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ।

About The Author: The Sakala