ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

ଯାଜପୁର: ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇ ଟ୍ରାକ୍‌ରୁ ୩ଟି ବଗି ଖସି ପଡ଼ିଛି । ଟ୍ରେନର ଇଂଜିନ ଓ ଲଗେଜ୍ ଭ୍ୟାନ୍ ଛାଡ଼ି ଅନ୍ୟ ୩ ବଗି ଟ୍ରାକ୍‌ରୁ ଖସିଛି। ଉଦ୍ଧାର ପାଇଁ ଭଦ୍ରକରୁ ଯାଇଛି ଗୋଟିଏ ରେସକ୍ୟୁ ଟିମ୍ । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ଟ୍ରେନ୍‌ ଦୁର୍ଘଟଣା ଲାଗି ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

About The Author: Madhusudan Das