ରତ୍ନବେଦୀକୁ ବାହୁଡ଼ିଗଲେ ଶ୍ରୀଜିଉ, ବାଟ ଓଗାଳିଥିବା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କଲେ ମହାପ୍ରଭୁ

ପୁରୀ: ସରିଲା ମହାପ୍ରଭୁଙ୍କ ରଥଯାତ୍ରା। ସବୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର କମ୍ପି ଉଠିଛି। ଚଳିତ ବର୍ଷ ସଅଳ ପହଣ୍ଡି ଶେଷ ହୋଇଛି। ରାତି ୯ଟା ୩୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିଜେ କରିଛନ୍ତି। ବିଜେ ନୀତି ସଂପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ୟ୍ୟ ଶ୍ରୀମନ୍ଦିର ଭିତରେ […]

ପୁରୀ: ସରିଲା ମହାପ୍ରଭୁଙ୍କ ରଥଯାତ୍ରା। ସବୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର କମ୍ପି ଉଠିଛି। ଚଳିତ ବର୍ଷ ସଅଳ ପହଣ୍ଡି ଶେଷ ହୋଇଛି। ରାତି ୯ଟା ୩୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ବିଜେ କରିଛନ୍ତି। ବିଜେ ନୀତି ସଂପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ୟ୍ୟ ଶ୍ରୀମନ୍ଦିର ଭିତରେ ସଂପନ୍ନ ହୋଇଛି।

ପ୍ରଥମେ ଭଗବାନ ସୁଦରର୍ଶଙ୍କୁ ପହଣ୍ଡି କରି ମନ୍ଦିର ମଧ୍ୟକୁ ନିଆଯାଇଥିଲା। ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ରଙ୍କୁ ପହଣ୍ଡି କରାଯାଇଥିଲା। ବଡ଼ ଠାକୁର ମନ୍ଦିର ଭିତରକୁ ଗଲାପରେ ସୁନା ଭଉଣୀ ସୁଭଦ୍ରାଙ୍କୁ ରତ୍ନବେଦୀକୁ ନିଆଯାଇଥିଲା। ସବୁଠାରୁ ଶେଷରେ ଟାହିଆ ହଲାଇ ଦୋହଲି ଦୋହଲି ହାତରେ ରସଗୋଲା ମିଠା ନେଇ ଆସିଥିଲେ କାଳିଆ ଠାକୁର। କିନ୍ତୁ ରତ୍ନବେଦୀକୁ ଦେଢ଼ଶୁର ଏବଂ ନଣନ୍ଦ ଗଲାପରେ ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କ ହାବୁଡ଼ରେ ପଡ଼ିଲେ ମହାପ୍ରଭୁ।

ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଯାଇଥିଲେ ବୋଲି ରାଗରେ ପଞ୍ଚମ ହୋଇ ବାଟ ଜଗିଥିଲେ ମା’ ଲକ୍ଷ୍ମୀ। ଏହା ପରେ ସାଙ୍ଗରେ ଆଣିଥିବା ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ମହାପ୍ରଭୁ। ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ହେବା ପରେ ରତ୍ନବେଦୀକୁ ସାଙ୍ଗ ହୋଇ ଯାଇଥିଲେ କାଳିଆ ସାଆନ୍ତ ଏବଂ ଲକ୍ଷ୍ମୀ ସାଆନ୍ତାଣି।

About The Author: The Sakala