ରାଜ୍ୟରେ କାଲିଠୁ ବଦଳିବ ପାଗ : ବର୍ଷା ସହ କୁହୁଡି କରିବ କଲବଲ, ଜାରିହେଲା ସତର୍କ ସୂଚନା

ଭୁବନେଶ୍ବର : ରାଜ୍ୟରେ କମିଛି ଶୀତ। ଏବେ ତାପମାତ୍ରାରେ ବୃଦ୍ଧି ହେବା ସହ ଘନ କୁହୁଡି ରାଜ୍ୟବାସୀଙ୍କ କଲବଲ କରୁଥିବା ବେଳେ କାଲିଠୁ ଆରମ୍ଭ ହେବ ବର୍ଷ। ରାଜ୍ୟରେ କାଲିଠୁ ପାଣିପାଗ ବଦଳିବା ସହ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ। ଆସନ୍ତାକାଲି ଓ ୧୮ ତାରିଖ ଦୁଇ ଦିନ ପାଇଁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି […]

ଭୁବନେଶ୍ବର : ରାଜ୍ୟରେ କମିଛି ଶୀତ। ଏବେ ତାପମାତ୍ରାରେ ବୃଦ୍ଧି ହେବା ସହ ଘନ କୁହୁଡି ରାଜ୍ୟବାସୀଙ୍କ କଲବଲ କରୁଥିବା ବେଳେ କାଲିଠୁ ଆରମ୍ଭ ହେବ ବର୍ଷ। ରାଜ୍ୟରେ କାଲିଠୁ ପାଣିପାଗ ବଦଳିବା ସହ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ। ଆସନ୍ତାକାଲି ଓ ୧୮ ତାରିଖ ଦୁଇ ଦିନ ପାଇଁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲି ଉତ୍ତର ଉପକୂଳ ଓଡିଶାର ୭ ଟି ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ।ସେହିଭଳି ୧୮ ତାରିଖରେ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଭଦ୍ରକ ରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଏଥି ସହିତ ଅନ୍ୟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ରହିବ।


ଅନ୍ୟପଟେ ରାଜ୍ୟରେ ଶୀତ କମିଥିଲେ ମଧ୍ୟ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ  କଲବଲ କରିବ କୁହୁଡି । ଉତ୍ତରା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ କମିବା ପରେ ରାଜ୍ୟକୁ ଜଳିୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଫଳରେ ରାତ୍ରୀର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଗୁଚୁଚାପ ବଳୟ ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ଘନ କୁହୁଡିର ଆସନ୍ତରଣ ଦେଖିବାକୁ ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, ଅନୁଗୁଳ ଏବଂ ଢେଙ୍କାନାଳରେ ଘନ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ରୁ ୧୦୦ ମିଟର ରହିବା ସମ୍ଭାବନା ଥିବାରୁ ସଂପୃକ୍ତ ଜିଲ୍ଲା କୁ ସତର୍କତା ଜାରି କରାଯାଇଛି।


ଗତ ୨୪ ଘଣ୍ଟା ମଧ୍ୟରେ କଟକ, ପାରାଦୀପ, ଖୋର୍ଦ୍ଧାରେ ୫୦ ମିଟର, ଚାନ୍ଦବାଲି, ଜଗତସିଂହପୁର ଏବଂ କେନ୍ଦ୍ରାପଡା ରେ ୧୦୦ ମିଟର ଏବଂ ଢେଙ୍କାନାଳ ରେ ୧୫୦ ମିଟରର ଦୃଶ୍ୟମାନ ଘନ କୁହୁଡ଼ି ଅନୁଭୂତ ହୋଇଛି। ସେହିଭଳି ହାଲୁକା ରୁ ମଧ୍ୟମ ଧରଣର କୁହୁଡି ଅନୁଗୁଳରେ ୨୦୦ ମିଟର, ଭୁବନେଶ୍ୱରରେ ୩୫୦ ମିଟର, ବାରିପଦାରେ ୫୦୦ ମିଟର, କେନ୍ଦୁଝରରେ ୬୦୦ ମିଟର ଏବଂ ପୁରୀରେ ୮୦୦ ମିଟର ଦୃଶ୍ୟମାନ କୁହୁଡି ଅନୁଭୂତ ହୋଇଛି। ଘନ କୁହୁଡି ସତର୍କତା ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ଏସଆରସି। କୁହୁଡି ସମୟରେ ଦୁର୍ଘଟଣା ରୋକିବା ପାଇଁ ପୋଲିସ ଏବଂ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

About The Author: The Sakala