ଲାଞ୍ଚ କାରବାରକୁ ନେଇ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ । MCL ରୁ ଲାଞ୍ଚ ନେଉଥିବା ଜଣା ପଡିବା ପରେ ହେଲା ମାମଲା ରୁଜୁ । ଦିଲ୍ଲୀ ସିବିଆଇ କଲା ଭୁବନେଶ୍ବର ସିବିଆଇ ASI ଙ୍କ ନାମରେ ମାମଲା ରୁଜୁ । ସୁନ୍ଦରଗଡ଼ ଏମ୍‌ସିଏଲ୍‌ରେ ଦିଲ୍ଲୀ ସିବିଆଇ ପକ୍ଷରୁ ଚଢ଼ଉ ପରେ ସାମ୍ନାକୁ ଆସିଛି ଏହି ନୂଆ ତଥ୍ୟ । ତଦନ୍ତବେଳେ ସନ୍ଦେହଘେରକୁ ଆସିଛନ୍ତି ସିବିଆଇ ଭୁବନେଶ୍ବର ଶାଖାରେ ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାର ପଲେଇ । 

ବସୁନ୍ଧରା ଅଞ୍ଚଳରେ ଏମ୍‌ସିଏଲ୍‌ ଗର୍ଜନବାହାଲ ଓପନ କା­­­ଷ୍ଟ ପ୍ରୋଜେକ୍ଟର ‌ଡେସ୍‌ପାଚ୍‌ ଅଧିକାରୀ ସାରଦା ପ୍ରସାଦ ସେଠୀଙ୍କ ଠାରୁ ପ୍ରଶାନ୍ତ ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ସାରଦା ତାଙ୍କ ପଦବୀର ଅପ ବ୍ୟବହାର କରି ବିଭିନ୍ନ ପରିବହନକାରୀ ବା କୋଇଲା ଉତ୍ତୋଳନକାରୀଙ୍କ ଠାରୁ ବେଆଇନ ଆର୍ଥିକ ଲାଭ ସଂଗ୍ରହ କରିଥିବା ଜଣାପଡ଼ିଛି। ସାରଦାଙ୍କୁ ସିବିଆଇ ସମେତ ଅନ୍ୟ ତଦନ୍ତକାରୀ ସଂସ୍ଥା ଠାରୁ ରକ୍ଷା କରିବା ଲାଗି ପ୍ରଶାନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେହି ଆଧାର‌ରେ ସିବିଆଇର ଏଏସ୍‌ଆଇ ପ୍ରଶାନ୍ତ, ସାରଦା ଓ ଏକାଧିକ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ। ଏହି ଲିଙ୍କ୍‌ରେ ଦିଲ୍ଲୀ ସିବିଆଇର ୩ଜଣିଆ ଦଳ ସୁନ୍ଦରଗଡ଼ର ଏମ୍‌ସିଏଲ୍‌ରେ ଚଢ଼ଉ କରୁଥିବା ଜଣାପଡ଼ିଛି।

About The Author: Madhusudan Das