ସତ ଲୁଚାଇବାକୁ ଜଙ୍ଗଲରେ ଶବ ସତ୍କାର

ବଲାଙ୍ଗିର : ବାର୍‍ହା ଫାଶରେ ପଡ଼ି ଜଣେ ଶିକାରୀର ମୃତ୍ୟୁ ଘଟିଛି; ହେଲେ ସତ୍ୟକୁ ଲୁଚାଇବା ପାଇଁ ଜଙ୍ଗଲ ଭିତରେ ଶବସତ୍କାର କରାଯାଇଥିବା ଜଣାପଡ଼ିଛି। ତେବେ କାହାକୁ କିଛି ନ କହି ଜଙ୍ଗଲରେ ଶବସତ୍କାର କରିବା ନିମନ୍ତେ ରେଞ୍ଜର ପରାମର୍ଶ ଦେଇଥିବା ମଧ୍ୟ ସୂଚନା ମିଳିଛି। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସଦର ରେଞ୍ଜ ଖର୍ଲିକାନି ଗାଁରେ। ନିଜେ ଶିକାର କରିବା ପାଇଁ ବାର୍‍ହା ଫାଶରେ ପଡ଼ି ଜୀବନ ହରାଇଛନ୍ତି ଖର୍ଲିକାନି ମିର୍ଦ୍ଧାପଡ଼ାର ଶେଷ କୁଆଚି। […]

ବଲାଙ୍ଗିର : ବାର୍‍ହା ଫାଶରେ ପଡ଼ି ଜଣେ ଶିକାରୀର ମୃତ୍ୟୁ ଘଟିଛି; ହେଲେ ସତ୍ୟକୁ ଲୁଚାଇବା ପାଇଁ ଜଙ୍ଗଲ ଭିତରେ ଶବସତ୍କାର କରାଯାଇଥିବା ଜଣାପଡ଼ିଛି। ତେବେ କାହାକୁ କିଛି ନ କହି ଜଙ୍ଗଲରେ ଶବସତ୍କାର କରିବା ନିମନ୍ତେ ରେଞ୍ଜର ପରାମର୍ଶ ଦେଇଥିବା ମଧ୍ୟ ସୂଚନା ମିଳିଛି। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସଦର ରେଞ୍ଜ ଖର୍ଲିକାନି ଗାଁରେ। ନିଜେ ଶିକାର କରିବା ପାଇଁ ବାର୍‍ହା ଫାଶରେ ପଡ଼ି ଜୀବନ ହରାଇଛନ୍ତି ଖର୍ଲିକାନି ମିର୍ଦ୍ଧାପଡ଼ାର ଶେଷ କୁଆଚି। ତେବେ ଶବ ସତ୍କାର ସଂପର୍କରେ ବନବିଭାଗ ପାଖରେ କୌଣସି ଖବର ନଥିବା ଜଣାପଡ଼ିଛି। ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖର୍ଲିକାନି ଗାଁ ମିର୍ଦ୍ଧାପଡ଼ାର ଶେଷ କୁଆଚି ଆଉ କିଛି ସହଯୋଗୀଙ୍କ ସହ ମିଶି ବାର୍‍ହା ଶିକାର କରିବା ପାଇଁ କର୍ଲାବାହାଲି ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ରବିବାର ସକାଳୁ ଶେଷଙ୍କ ମୃତଦେହ ଜଙ୍ଗଲ ଭିତରୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ବାର୍‍ହା ଫାଶରେ ପଡ଼ି ଶେଷଙ୍କ ମୃତ୍ୟୁ ହୋଇଥିବାବେଳେ କାହାକୁ ନ ଜଣାଇ ଶବକୁ ସତ୍କାର କରିଦିଆଯାଇଥିଲା। ସେଠାରେ ଶେଷର ଜୁଇ ଲିଭିନଥିବା ବେଳେ ଅସଲ କଥା ସାମ୍ନାକୁ ଆସିଥିଲା। ଏହା ଗ୍ରାମବାସୀ ଜାଣିବା ପରେ ଏହି ଘଟଣାକୁ ଚପାଇବା ପାଇଁ ପରିବାର ଲୋକଙ୍କୁ ଚାପ ପକାଇଥିଲେ; କିନ୍ତୁ କିଛି ଲୋକ ସଦର ରେଞ୍ଜର ବିଜୟ ଖୁଣ୍ଟିଆଙ୍କୁ ଜଣାଇଥିଲେ ମଧ୍ୟ ସେ କାହାକୁ କିଛି ନକହି ଶବ ପୋଡିଦେବା ପାଇଁ କହିଥିଲେ।

ବିଦ୍ୟୁତ ସଂସ୍ପର୍ଶରେ ଆଜି ବାର୍‍ହା ଫାଶରେ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଅଙ୍କିତ କହିଛି। ଏ ନେଇ ସଦର ପୁଲିସ ସୂଚନା ପାଇବା ପରେ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ପୁଲିସ ଏକ ତାର ବଣ୍ଡଲକୁ ଜବତ କରିଛି। ଏ ନେଇ ସଦର ରେଞ୍ଜର ଶ୍ରୀ ଖୁଣ୍ଟିଆଙ୍କୁ ପଚାରିବାରୁ ଏ ବିଷୟରେ ସେ କୌଣସି ଖବର ପାଇନାହାନ୍ତି। କେହି ତାଙ୍କୁ ଫୋନ କରିନାହାନ୍ତି କି କାହାକୁ ସେ କିଛି କହିନାହାନ୍ତି ବୋଲି କହିଥିଲେ। ଅନ୍ୟପକ୍ଷରେ ପୁଅମାଆଙ୍କ କଥାରେ ମେଳ ଖାଉନାହିଁ। ଫଳରେ କୁଚିଆଙ୍କ ପୁଅ ଅଙ୍କିତକୁ ପୁଲିସ ପଚରାଉଚୁରା କରୁଛି।

About The Author: The Sakala