ପୁରୀ: ନିଶା ମାଫିଆଙ୍କ ଉପରେ ପୁରୀ ପ୍ରଶାସନର ବଡ ଆକ୍ସନ । ନିଶା ମାଫିଆ ଟିକି ଖାଁର ଘର ଉପରେ ବୁଲିଲା ବୁଲଡୋଜର । ପୁରୀ ନୀଳାଚକ୍ର ନଗରରେ ବ୍ରାଉନସୁଗାର ବେପାରୀଙ୍କ ଟିକି ଖାଁ ଘରେ ଚାଲିଲା ବୁଲଡୋଜର l ସରକାରୀ ଜମି ଜବରଦଖଲ କରି ନିଶା କାରବାର କରୁଥିବା ପୁରୀ ଅଠରନଳା ନିକଟ ନୀଳଚକ୍ର ନଗରର ଟିକି ଖାଁ ଙ୍କ ଘର ଭାଙ୍ଗିଲା ପ୍ରଶାସନ । ଶାଶୁଙ୍କ ପରେ ଏବେ ଜୋଇଙ୍କ ପାଳି । ଡିସେମ୍ବର ୪ ତାରିଖରେ ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ଟି ଘର ମାଟିରେ ମିଶିବା ପରେ ଏବେ ଜୋଇଁ ଟିକି ଖାନର ୩ଟି ଘରକୁ ଭାଙ୍ଗିଛି ପୁରୀ ପୋଲିସ। ଅପରେସନ ଚକ୍ରରେ ନିଶା ବେପାରୀଙ୍କୁ ସାବାଡ୍ କରିବାକୁ ଏବେ ପୁରୀ ପୋଲିସ ଲଗାତାର ଉଦ୍ୟମ ଜାରି ରଖିଛି। ସେହି ପରିପ୍ରେକ୍ଷୀରେ ଶାଶୁ ସୁକାନ୍ତି ପଣ୍ଡାଙ୍କ ଜୋଇଁ ଟିକି ଖାନ୍ ର ନୀଳଚକ୍ର ନଗରରେ ଥିବା ଦୁଇଟି ଘରକୁ ଜେସିବି ଲଗାଇ ଭଙ୍ଗାଯାଉଛି ।