BSKY ଜାଲିଆତି ଅଭିଯୋଗରେ ରଦ୍ଦ ହେଲା ପଣ୍ଡା ନର୍ସିଂହୋମର ଲାଇସେନ୍ସ

କଟକ: କଟକ ସାଉଥ ପଏଣ୍ଟ ପରେ BSKY ଜାଲିଆତିରେ ଛନ୍ଦି ହୋଇଛି ଆଠଗଡ଼ର ପଣ୍ଡା ନର୍ସିଂହୋମ। BSKY ଜାଲିଆତି ଅଭିଯୋଗରେ ପଣ୍ଡା ନର୍ସିଂହୋମର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଲାଇସେନ୍ସ ବାତିଲ କରିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ BSKY  ୟୁନିଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଗତ ୨ତାରିଖ ରେ ନର୍ସିଙ୍ଗ ହୋମ ପକ୍ଷରୁ ଦିଆଯାଇଥିବା ଉତ୍ତର ସନ୍ତୋଷଜନକ ନହେବାରୁ ୧୧ ତାରିଖରେ ଲାଇସେନ୍ସ ରଦ୍ଦ କରି ଦିଆଯାଇଛି । ରୋଗୀଙ୍କ ଜାଲ ରେଫରାଲ […]

କଟକ: କଟକ ସାଉଥ ପଏଣ୍ଟ ପରେ BSKY ଜାଲିଆତିରେ ଛନ୍ଦି ହୋଇଛି ଆଠଗଡ଼ର ପଣ୍ଡା ନର୍ସିଂହୋମ। BSKY ଜାଲିଆତି ଅଭିଯୋଗରେ ପଣ୍ଡା ନର୍ସିଂହୋମର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଲାଇସେନ୍ସ ବାତିଲ କରିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ BSKY  ୟୁନିଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଗତ ୨ତାରିଖ ରେ ନର୍ସିଙ୍ଗ ହୋମ ପକ୍ଷରୁ ଦିଆଯାଇଥିବା ଉତ୍ତର ସନ୍ତୋଷଜନକ ନହେବାରୁ ୧୧ ତାରିଖରେ ଲାଇସେନ୍ସ ରଦ୍ଦ କରି ଦିଆଯାଇଛି ।

ରୋଗୀଙ୍କ ଜାଲ ରେଫରାଲ ଦେଇ ବିଏସକେୱାଇ ବିଲ କରୁଥିଲା ଆଠଗଡର ପଣ୍ଡା ନର୍ସିଂହୋମ। କଟକ ଜିଲ୍ଲା ସ୍ୱାସ୍ଥ ବିଭାଗ ପକ୍ଷରୁ ମୋ ସରକାର ଆଧାରରେ ଏପର୍ଯ୍ଯନ୍ତ ୧୫ରୁ ୨୦ହସ୍ପିଟାଲକୁ କାରଣ ଦର୍ଶାଓ ନୋଟିସ ହୋଇଛି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଉତ୍ତର ହସ୍ତଗତ ହୋଇଛି। ଯାହାକୁ ରାଜ୍ୟ ବିଏସକେୱାଇ କାର୍ଯ୍ଯାଳୟକୁ ପଠାଇ ଦିଆଯାଇଛି। ତେବେ ପଣ୍ଡା ନର୍ସିଂହୋମର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।

About The Author: The Sakala